Thursday , March 23 2023
Home / ବିଶେଷ / ପ୍ରଧାନମନ୍ତ୍ରୀ ଙ୍କ ନାମ ଫଳକ ଉପରେ ହୋଡ଼ିଂ ଲଗାଯିବାକୁ ନେଇ ଅଭିଯୋଗ 

ପ୍ରଧାନମନ୍ତ୍ରୀ ଙ୍କ ନାମ ଫଳକ ଉପରେ ହୋଡ଼ିଂ ଲଗାଯିବାକୁ ନେଇ ଅଭିଯୋଗ 

ତାରପୁର,୦୨/୦୪/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆ ପଂଚାୟତ ମୁଣ୍ଡାଳ ଗ୍ରାମର ପ୍ରବେଶ ପଥରେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରୁ ଲଗାଯାଇଥିବା ଫଳକକୁ ଲିଭାଯିବା ସହିତ ସେହି ବୋର୍ଡ଼ ରେ ଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ ଫଳକ ଉପରେ ଷ୍ଟେଟ ଆଇଡ଼ିଆଲ ପବ୍ଲିକ୍ ସ୍କୁଲ ଲେଖାଯିବାକୁ ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନାରେ ପ୍ରତ୍ୟେକ ଗ୍ରାମକୁ ଆଲୋକିକରଣ କରାଯିବା ସହିତ ଗ୍ରାମର ପ୍ରବେଶ ପଥରେ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ଥାଇ ସୂଚନା ଫଳକ ମରାଯାଉଛି । ତେବେ ଉକ୍ତ ଗ୍ରାମରେ ଏହି ଫଳକକୁ ଲିଭାଯାଇ ତା ଉପରେ ଏକ ସ୍କୁଲ ର ନାମ ଫଳକ ଲେଖାଯିବାକୁ ନେଇ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ମାନସ କୁମାର ମହାପାତ୍ର , ବିଜେପି କର୍ମୀ ସୋମାଂଶୁ ଜେନା, ଲୋଭେନ୍ଦ୍ର ମିଶ୍ର, ଜଗବନ୍ଧୁ ବାରିକ, ବଟକୃଷ୍ଣ ନାୟକ ପ୍ରମୁଖ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନ ବୋଲି କହିବା ସହିତ ଏହି ପବ୍ଲିକ ସ୍କୁଲ ର ନାମ ତୁରନ୍ତ ହଟାଯାଇ ପୂର୍ବପରି ପ୍ରଧାନମନ୍ତ୍ରୀଙ୍କ ଫଳକ ଲଗାଯିବା ପାଇଁ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଉକ୍ତ ବିଷୟରେ ରଘୁନାଥପୁର ମଣ୍ଡଳ ଶିକ୍ଷାଧିକାରୀଣି ରାଜଶ୍ରୀ ସାହୁଙ୍କୁ ପଚାରିବାରେ ସେଭଳି ସ୍ୱିକୃତିପ୍ରାପ୍ତ ସ୍କୁଲ ଆମ ତାଲିକାରେ ନଥିବା ଓ ଉକ୍ତ ବିଷୟରେ ବୁଝି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।   ଓଡ଼ିଶା ସମାଚାର

Leave a Reply

Your email address will not be published.