Tuesday , March 28 2023
Home / ବିଶେଷ / ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଜନ ଜିୀବନ ଅସ୍ତବ୍ୟସ୍ତ: ପରୀକ୍ଷାର୍ଥୀମାନେ ଛଟପଟ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଜନ ଜିୀବନ ଅସ୍ତବ୍ୟସ୍ତ: ପରୀକ୍ଷାର୍ଥୀମାନେ ଛଟପଟ

ନିରାକାରପୁର, ୦୨/୦୪/୨୦୨୧(ଓଡ଼ିଶା ସମାଚାର)-ଗତ ଦୁଇଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନ ୧୦ଟା ପରେ  ସୌରତାପ ଏତେ ପରିମାଣର ବଢିଯାଉଛି କି ଅଗ୍ନିବର୍ଷା ଭଳି ଅନୁଭୁତ ହେଉଛି । ଫଳରେ ଜିଲ୍ଲାରେ ଦିନବେଳା ଖାଁ ଖାଁ ହୋଇଯିବା ସହିତ ଲୋକମାନେ ଅଂଶୁଘାତ ଭୟରେ ଘର ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁନାହାଁନ୍ତି । ଏଣେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ସହିତ  ମୁଣ୍ଡଫଟା ଖରା ଲୋକ ଦୈନନ୍ଦିନ ଜୀବନରେ ବାଧକ ସୃଷ୍ଟି କରିଛି । ଏହି ସମୟରେ ବିଭିନ୍ନ ସ୍କୁଲ,କଲେଜ ଛାତ୍ରଛାତ୍ରୀ ଟେଷ୍ଟ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଘରକୁ ଫେରିବା ଅସମ୍ଭବ ହୋଇ ପଡ଼ୁଛି । ଅଗ୍ନିବର୍ଷାକୁ ଲକ୍ଷ୍ୟ କରି ଛାତ୍ରଛାତ୍ରୀ ପରୀକ୍ଷାକୁ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସ୍ଥଗିତ କରିବାକୁ ବିଭିନ୍ନ ଅଭିଭାବକ ମହଲରୁ ଦାବି ହେଉଛି । ନଚେତ ଭବିଷ୍ୟତରେ କୌଣସି ଛାତ୍ରଛାତ୍ରୀର କିଛି ଅସୁବିଧା ସୁବିଧା ହେଲେ ପ୍ରଶାସନ ସେଥିପାଇଁ ଦାୟୀ ରହିବେ ବୋଲି ଅଭିଯୋଗ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.