ତାରପୁର,୦୨/୦୪/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗା ଠାରେ ପଂଚୁଦୋଳ ଯାତ୍ରା , ମେଳନ ଯାତ୍ରା ଓ ଯମୁନା ସ୍ନାନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ସମାଜସେବୀ ଶାନ୍ତି ଲତା ଦ୍ୱିବେଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ଅଂଚଳର ଦୋଳ ବିମାନ ଏକତ୍ରିତ ହେବା ସହିତ ଠାକୁରମାନେ ଭୋଗ ଖାଇ ମେଳନ ଉତ୍ସବ ମନାଇଥିଲେ । ଏହାକୁ ବସନ୍ତ ଦ୍ୱିବେଦୀ, ନୀରଂଜନ ଦ୍ୱିବେଦୀ, ତି୍ରଲୋଚନ ଦ୍ୱିବେଦୀ, ଅଜୟ ଦ୍ୱିବେଦୀ , ବିଜୟ ଦ୍ୱିବେଦୀ, କ୍ଷୀରୋଦ କୁମାର ଦାସ, ନରେନ୍ଦ୍ର ଦାସ, ଅଶୋକ ମିଶ୍ର, ପ୍ରଫୁଲ ମିଶ୍ର, ଆଲୋକ ଦ୍ୱିବେଦୀ, ସନ୍ତୋଷ ସତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର