କେନ୍ଦ୍ରାପଡା, ୦୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ସ୍ଥାନୀୟ ଗରାପୁରସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମହାକାଳପଡା ବିକାଶ ମଂଚର ସଭାପତି ତଥା ପରିବେଶବିତ ବିଶିଷ୍ଟ ଶିକ୍ଷାଅଧିକାରୀ କାଶିନାଥ ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଚେତନ ନାଗରିକ ମଂଚର ଉପଦେଷ୍ଟା ଶିକ୍ଷାବିତ ପ୍ରଣବ କୁମାର ଜେନା ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ କରାଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବା ପାଇଁ ଦେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ର, ନିର୍ମଳ ଚନ୍ଦ୍ର ମିଶ୍ର, ନରୋତମ ଜେନା, ଅଲେଖ ମହାନ୍ତି, ଶିକ୍ଷାବିତ ପାର୍ଥସାରଥୀ ବେହେରା, ବାସନ୍ତି ଦାସ, ଜଗତ ଜୀବନ ଦାଶ, ମଣି ପ୍ରସାଦ ଭୂୟାଁ ପ୍ରମୁଖ ଯୋଗଦେଇ ଓଡିଶା ପ୍ରଦେଶ ଗଠନର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର