Saturday , April 1 2023
Breaking News
Home / ବିଶେଷ / କେନ୍ଦ୍ରାପଡା ବିଧାୟକଙ୍କ ଦ୍ୱାରା ପୈାରାଂଚଳରେ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ

କେନ୍ଦ୍ରାପଡା ବିଧାୟକଙ୍କ ଦ୍ୱାରା ପୈାରାଂଚଳରେ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ

କେନ୍ଦ୍ରାପଡା, ୦୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳରେ  ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନୀ କାର୍ଯ୍ୟକ୍ରମ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅପରାହ୍ନ ପ୍ରାୟ ସାଢେ୪ଟାରେ ବିଧାୟକ ଶ୍ରୀ ବେହେରା ଶ୍ୟାମଗୁଡିଆ ଆଦିବାସୀ ବସ୍ତିରେ ଓ ତଳବାରଙ୍ଗ ଠାରେ ପୌରସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଥିବା ମାଇକ୍ରୋ ଆକ୍ଟିଭିଟି କେନ୍ଦ୍ରର ଉଦଘାଟନ କରିବା ପରେ ଅଯୋଦ୍ଧାନଗର ଠାରେ ଥିବା ପୌରସଂସ୍ଥା ପରିଚାଳିତ ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ ସେନସରିଂ ପାର୍କ ଉଦଘାଟନ କରିଥିଲେ । ସନ୍ଧ୍ୟାରେ ତିନିମୁହାଣି ଛକ ନିକଟରେ ପୈାରସଂସ୍ଥା ପକ୍ଷରୁ ନବନିର୍ମିତ ସେଲଫି ପଏଁଟକୁ ମଧ୍ୟ  ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଧିନ, ବିଜେଡି ଯୁବନେତା ମହେନ୍ଦ୍ର ମିଶ୍ର, ହିରଣ୍ୟ ପଣ୍ଡା, ମହମ୍ମଦ ସେକ ଇନାୟତ(ଚନ୍ଦନ) ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.