Thursday , March 23 2023
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡା, ୦୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ସକାଳେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଗରାପୁର ଡାକବଙ୍ଗଳା ଛକରେ ଥିବା ମହାତ୍ମାଗାନ୍ଧୀ ଓ ସରସ୍ୱତୀ ଦେବୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ପୁରୁଣା ବସଷ୍ଟାଣ୍ଡରେ ଥିବା ମହାତ୍ମାଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ କଜଳା ଠାରେ ପ୍ରହଲ୍ଲାଦ ମଲ୍ଲିକ, ନୁଆବସଷ୍ଟାଣ୍ଡରେ ଥିବା ବିଜୁ ପଟ୍ଟନାୟକ, ବାଇପାସରେ ଥିବା ବସନ୍ତ ବିଶ୍ୱାଳ ଓ ଭାଷ୍କର ସିନେମାହଲ, କୋର୍ଟ ପରିସର, କେନ୍ଦ୍ରାପଡା କଲେଜ ପରିସର, ହାଇସ୍କୁଲ ଛକ, କେନ୍ଦ୍ରାପଡା ବ୍ଲକ ପରିସର, ଗୋକୁଳଚନ୍ଦ୍ର ସଂଗୀତ ସଦନ, ତୁଳସୀ ମହିଳା କଲେଜ ପ୍ରଭୃତି ସ୍ଥାନରେ ଥିବା ବିଶିଷ୍ଟ ଜନନେତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସନ୍ଧ୍ୟାରେ ପୌରସଂସ୍ଥା ଟାଉନହଲ ପରିସରରେ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ସାହିତ୍ୟିକ ଡଃ. ବାସୁଦେବ ଦାସ ଯୋଗଦେଇ ଓଡିଶା ପ୍ରଦେଶ ଗଠନ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରତିଷ୍ଠା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ, ଉପଜିଲ୍ଲାପାଳ ଶ୍ରୀ ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.