Thursday , March 23 2023
Home / ଶିକ୍ଷା / କେନ୍ଦ୍ରାପଡା କଲେଜରେ ଛାତ୍ରନିବାସ ଓ ଇନଡୋରଷ୍ଟାଡିୟମ ଉଦଘାଟିତ

କେନ୍ଦ୍ରାପଡା କଲେଜରେ ଛାତ୍ରନିବାସ ଓ ଇନଡୋରଷ୍ଟାଡିୟମ ଉଦଘାଟିତ

କେନ୍ଦ୍ରାପଡା,୦୨/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ଅନୁସୂଚିତ ଜାତିବର୍ଗର ଛାତ୍ରୀମାନଙ୍କ ପାଇଁ ଛାତ୍ରୀନିବାସ ଓ ନୂତନ ଇନଡୋର ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜ ଛାତ୍ରୀନିବାସ ନିକଟରେ ନବନିର୍ମିତ ଅନୁସୂଚିତ ଜାତି ବର୍ଗର ଏକଶହ ଛାତ୍ରୀଙ୍କ ପାଇଁ ନୂତନ ଛାତ୍ରୀନିବାସ, କଲେଜ ଖେଳପଡିଆ ନିକଟରେ ଇନଡୋର ଷ୍ଟାଡିୟମ ଓ ରିମଡେଲିଂ ହୋଇଥିବା କଲେଜ ଅଧ୍ୟକ୍ଷଙ୍କ ସରକାରୀ ବାସଭବନକୁ ଉଦଘାଟନ କରିବା ସହିତ କଲେଜ ମୁଖ୍ୟ ଫାଟକ ସନ୍ନିକଟରେ କଲେଜ ଏକାଡେମିକ ବିଲଡିଂ ଗୃହର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୭୦ଲକ୍ଷ ଟଙ୍କା ବ୍ୟୟରେ ଇନଡୋର ଷ୍ଟାଡିୟମଟି ନିର୍ମିତ ହୋଇଥିବା ବେଳେ ବିଶ୍ୱ ବ୍ୟାଙ୍କ ଅନୁଦାନରେ ହେବାକୁ ଥିବା ୨ମହଲା ବିଶିଷ୍ଟ ୮ହଜାର ସ୍କୋୟାରଫୁଟ୍ ର କଲେଜ ଏକାଡେମିକ ବିଲଡିଂର ବ୍ୟୟ ଅଟ୍ଟକଳ ୫କୋଟି ୨୩ଲକ୍ଷ ୮୩ହଜାର ରହିଥିବା ବେଳେ ୬.୫୬ପ୍ରତିଶତ କମରେ ଅର୍ଥାତ ୪କୋଟି ୮୮ଲକ୍ଷ ୮୯ହଜାର ଟଙ୍କାରେ ସଂପୃକ୍ତ ପ୍ରକଳ୍ପଟି ଟେଣ୍ଡର ଗୃହିତ ହୋଇଛି । ଗତ ଫେବୃୟାରୀମାସ ୨୨ତାରିଖରେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ୨୦୨୨ମସିହା ମଇମାସ ୨୧ତାରିଖରେ ସେହି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ, ଡଃ.ଜ୍ଞାନୀନ୍ଦ୍ର ଦାଶ, ଡଃ. ଗୌରପ୍ରସାଦ ଷଡଙ୍ଗୀ, ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ, ଦେବକାନ୍ତ ଷଡଙ୍ଗୀ, ତୁଷାରକାନ୍ତୀ ଭୂୟାଁ, ପ୍ରମୋଦ ବେହେରା, ନିହାର ପ୍ରସାଦ ନାୟକ, ରମାନାଥ ମହାନ୍ତି, ଡଃ. ପୈାର୍ଣ୍ଣମାସୀ ପଣ୍ଡା, ପୂର୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ମହାନ୍ତି, ଉପନିର୍ବାହୀ ଯନ୍ତ୍ରୀ ଇଂ ବିଜୟାନନ୍ଦ ଦାଶ, ଯୁବନେତା ମହେନ୍ଦ୍ର ମିଶ୍ରଙ୍କ ସମେତ କଲେଜ ଛାତ୍ରୀନିବାସ ଓ କଲେଜର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.