Saturday , April 1 2023
Breaking News
Home / ବିଶେଷ / ଅଗ୍ନୀ ବିପନ୍ନଙ୍କୁ ସହାୟତା

ଅଗ୍ନୀ ବିପନ୍ନଙ୍କୁ ସହାୟତା

ଗରଦପୁର, ୦୨/୦୪/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଡ଼ାହାଳପୁର ଗ୍ରାମ (ଓଉପଡ଼ା) ର ଉମାକାନ୍ତ ପ୍ରଧାନ ଓ ସନ୍ତୋଷ ପ୍ରଧାନ ଙ୍କ ର ଦୁଇ ବଖରା ଇଟାକାନ୍ଥ ଚାଳ ଛପର ଘର ଗତ ଶନିବାର ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଘଟଣାରେ ଖବର ପାଇ କୋରୁଆ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନୀକାଣ୍ଡରେ ତାଙ୍କର ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ପରଦିନ ନଡ଼ିଆବରେଇ ସରପଂଚ ଙ୍କ ପକ୍ଷରୁ ଉଭୟ ପରିବାରକୁ ୫ ଶହ ଟଙ୍କା ଓ ୫୦ କେଜି ଲେଖା ଚାଉଳ ଦିଆଯାଇଥିଲା । ନଡ଼ିଆବରେଇ ରାଜସ୍ୱ ନୀରୀକ୍ଷକ ପହଂଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ତରଫରୁ ମଧ୍ୟ ୩ ହଜାର ଟଙ୍କା ତଥା କିଛି କପଡ଼ା ଲୁଗାପଟା ପ୍ରଦାନ କରିଥିଲେ । ସେହିପରି ଖବର ପାଇ ବିଜେଡ଼ି ନେତା ରବି ସାମଲ ଅଗ୍ନୀ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଓ ସରକାରୀ ସହାତା ପାଇଁ ଦାବି କରିଥିଲେ । ଅଗ୍ନୀକାଣ୍ଡର କାରଣ କିଛି ଜଣାପଡ଼ିନାହିଁ । ଉଭୟ ଗରୀବ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.