ତାରପୁର ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଥାନା ଅନ୍ତର୍ଗତ ଅୟର ଗ୍ରାମର ପ୍ରଖ୍ୟାତ ଚୋରାମଦ ବ୍ୟବସାୟୀ ରମେଶ ସ୍ୱାଇଁଙ୍କ ପୁଅ ବଳରାମ ସ୍ୱାଇଁ ଓରଫ ବଳିଆ ଗତ ୨୮ ତାରିଖ ଦିନ ପ୍ରତିଦିନ ଭଳି ମାହାଳହାଟ ମଦ କାଉଂଟରରୁ ୨୫ ଲିଟର ବିଦେଶୀ ମଦ ଓ.ଆର. ୦୨୧ସି ୯୨୨୭ ନଂ ବଜାଜ ପଲ୍ସର ବାଇକରେ ନେଇ ଅୟର ଯାଉଥିଲା । ଖବର ପାଇ ରଘୁନାଥପୁର ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର ତାଙ୍କୁ ତାରପୁର ନିକଟରେ ଅଟକାଇ ତା ଠାରୁ ୨୫ ଲିଟର ବିଦେଶୀ ମଦ ଓ ବାଇକ୍ଟିକୁ ଜବତ କରିବା ସହିତ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଓଡ଼ିଶା ସମାଚାର