Thursday , March 23 2023
Home / ଶିକ୍ଷା / ସଂଜିବନୀ ଘରୋଇ ଶିକ୍ଷାଭବନ ପ୍ରତିଷ୍ଠାକୁ ବିରୋଧକରି ସାନଜରିଆ ପଂଚାୟତର ପ୍ରତିବାଦସଭା

ସଂଜିବନୀ ଘରୋଇ ଶିକ୍ଷାଭବନ ପ୍ରତିଷ୍ଠାକୁ ବିରୋଧକରି ସାନଜରିଆ ପଂଚାୟତର ପ୍ରତିବାଦସଭା

କେନ୍ଦ୍ରାପଡା,୦୧/୦୪/୨୦୨୧(ଓଡ଼ିଶା ସମାଚାର)-ବୋଧଗାଁର ଫକିର  ଚରଣ ମିଶ୍ରଙ୍କ ଦ୍ୱାରା ପ୍ରସ୍ତାବିତ ସଂଜିବନୀ ଶିକ୍ଷାଭବନ ନାମରେ ଏକ ଘରୋଇ ଶିକ୍ଷାନୁଷ୍ଠାନ  ପ୍ରତିଷ୍ଠାକୁ ବିରୋଧକରି ସାନଜରିଆ ଗ୍ରାମପଂଚାୟତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସାନଜରିଆ ଓ ଗଙ୍ଗାରାମପୁର ପଂଚାୟତର ବୋଧଗାଁ କେନ୍ଦ୍ର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ, ବୋଧଗାଁର ଶ୍ରୀ ଶ୍ରୀ ପାଗଳା ବାବା ବାଳିକା ଉଚ୍ଚ ବିଦ୍ୟାଳୟ, କୁଷୁନପୁର  ପ୍ରାଥମିକ ସ୍କୁଲ, ମଙ୍ଗରାଜପୁର ଉଚ୍ଚ ପ୍ରାଥମିକ ସ୍କୁଲ, ରତନପଡା ପ୍ରାଥମିକ ସ୍କୁଲ, ଭେଡିସାହି ପ୍ରାଥମିକ ସ୍କୁଲ,ମାନପାଟଣା ପ୍ରକଳ୍ପ ପ୍ରାଥମିକ ସ୍କୁଲ, ନିଗିନିପୁର ନୃସିଂହଜୀଉ ଉଚ୍ଚ ପ୍ରାଥମିକ ସ୍କୁଲ ଓ ନିଗିନିପୁର ଉଚ୍ଚ ବିଦ୍ୟାଳୟ ପ୍ରଭୃତି ସରକାରୀ ସ୍କୁଲର ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟିକାରୀ ତଥା ଶିକ୍ଷା ବ୍ୟବସାୟୀକରଣ ପାଇଁ ଉଦ୍ଧିଷ୍ଟ ପ୍ରସ୍ତାବିତ ଘରୋଇ ଶିକ୍ଷାନୁଷ୍ଠାନଟି ସ୍ଥାନୀୟ ଗ୍ରାମାଳରେ ସର୍ବଶିକ୍ଷା ଅଭିଯାନକୁ ବିପର୍ଯ୍ୟସ୍ତ କରିବ ଏବଂ ଅର୍ଦ୍ଧଶିକ୍ଷା ଓ ନିରକ୍ଷରତା ହ୍ରାସ ବୃଦ୍ଧି ପାଇବ ବୋଲି ଅଭିଯୋଗ ହୋଇଛି । ସର୍ବଶିକ୍ଷା ଅଭିଯାନର ସଫଳତା ପାଇଁ ସରକାରୀ ବିଦ୍ୟାଳୟ ଗୁଡିକରେ ଦେୟମୁକ୍ତ ଶିକ୍ଷା ସହିତ ମଧ୍ୟାହ୍ନ ଭୋଜନ ବିନା ମୁଲ୍ୟରେ ପୋଷା, ପୁସ୍ତକ, ସାଇକେଲ ବନ ସହିତ ମେଧାବୃି ପ୍ରଦାନ ବ୍ୟବସ୍ଥା ଥାଇ ମଧ୍ୟ ଶତ ପ୍ରତିଶତ ସାକ୍ଷରତା ସମ୍ଭବ ହେଉନାହିଁ । ଏହିଦୁଇ ପାୟତରେ ୮୫ପ୍ରତିଶତ କୃଷକ ଓ କୃଷିଶ୍ରମିକମାନଙ୍କର ଘୋର ଆର୍ଥିକ ଅନାଟନ ହିଁ ମୁଖ୍ୟ କାରଣ । ଶିକ୍ଷାପ୍ରାପ୍ତି ପାଇଁ ଶିକ୍ଷାଦାନକୁ ଅର୍ଥ ସହିତ  ତୁଳନା କରୁଥିବା ଏହି ଘରୋଇ ଶିକ୍ଷା ଭବନର ଆର୍ବିଭାବରେ ୫କିଲୋମିଟର ବ୍ୟାସାର୍ଦ୍ଧ ପରିସରରେ ଥିବା ସରକାରୀ ଶିକ୍ଷାନୁଷ୍ଠାନର ଉପସ୍ଥାନ ହ୍ରାସ ଘଟି ଶେଷରେ ବନ୍ଦ ହୋଇଯିବା ସହ ବେସରକାରୀ  ଶିକ୍ଷାନୁଷ୍ଠାନର ମାତ୍ରାଧିକ ମୂଲ୍ୟଯୁକ୍ତ ଦେୟ ବ୍ୟବସ୍ଥା ପ୍ରଚଳିତ ହୋଇ ସ୍ଥାନୀୟ ଅଳରେ ନିରାଶ ଓ ନିରକ୍ଷରତା କୁ ଜନ୍ମଦେବ । ଏହି ବେସରକାରୀ ଶିକ୍ଷାନୁଷ୍ଠାନକୁ ବିରୋଧକରି ବୋଧଗାଁ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ ପ୍ଲଟରେ ସ୍ଥାପିତ ସଂଜୀବନୀ ଶିକ୍ଷାଭବନକୁ ସ୍ୱୀକୃତି ନଦେବାକୁ ବ୍ଲକ ଶିକ୍ଷା ଅଧିକାରୀ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା, ଉଭୟ ପଂଚାୟତର ସରପଂଚ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ପୂର୍ବତନ ସରପଂଚ ଯଦୁମଣୀ ଦାସ, ସନାତନ ରାଉତ, ସଞ୍ଜୟ ସାମଲ, ରାଜକିଶୋର ରାଉତ, ଅମିୟ ବାରିକ, ବିଜୟ ଦାସ, ସହଦେବ ଦାସ, ଶତୃଘନ ପ୍ରଧାନ, ଆଦିକନ୍ଦ ବାରିକ, ସୁଦର୍ଶନ ମଳିକ ପ୍ରମୁଖ ଏକ ପ୍ରତିବାଦ ସଭା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.