Sunday , April 2 2023
Breaking News
Home / ବିଶେଷ / ରାଢଙ୍ଗ ପଂଚାୟତରେ ୩ମାସ ହେଲା ପାଇପ ପାନୀୟଜଳ ଯୋଗାଣ ବନ୍ଦ: ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ 

ରାଢଙ୍ଗ ପଂଚାୟତରେ ୩ମାସ ହେଲା ପାଇପ ପାନୀୟଜଳ ଯୋଗାଣ ବନ୍ଦ: ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ 

ତାରପୁର ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ ଆକାଶରୁ ନିଆଁ ବର୍ଷୁଥିବା ବେଳେ ପ୍ରବଳ ରୌଦ୍ର ତାପରେ ଜନଜୀବନ ଅତିଷ୍ଟ ହୋଇପଡିଛି । ଅଂଶୁଘାତର ଆଶଙ୍କା ମଧ୍ୟ ଦେଖାଦେଇଛି । ବର୍ତମାନ ନଦୀ, ନାଳ, କୂଆ ପୋଖରୀ ଶୁଖିଲା ପଡିଥିବା ବେଳେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢଙ୍ଗ ପଂଚାୟତରେ ଆଜକୁ ୩ ମାସ ହେଲା ପାଇପ ପାନୀୟଜଳ ଯୋଗଣ ବନ୍ଦ ହୋଇପଡିଛି । ଏଥିପ୍ରତି ବିଭାଗୀୟ ଅଧିକାରୀମାନଙ୍କର ନିଘା ନାହିଁ । ରାଢଙ୍ଗ ପଂଚାୟତରେ ଥିବା ୨ଟି ଯାକ ପାନୀୟଜଳ ଯୋଗାଣ ପ୍ରକଳ୍ପରୁ ଜଳ ଯୋଗାଣ ବନ୍ଦ ଥିବାରୁ ଏହି ଅଂଚଳର ହଜାର ହଜାର ଜନସାଧାରଣ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଟୋଇ ମାନେ ମଧ୍ୟ ପିଇବା ପାଇଁ ପାଣି ମୁନ୍ଦାଏ ପାଉ ନାହାଁନ୍ତି । ରାଢଙ୍ଗ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଦୁ୍ୟତ ଲାଇନରେ  ଚଲିଥିଲା । ମାତ୍ର ଗତ ପ୍ରାୟ ୬ ବର୍ଷ ତଳେ ଗ୍ରାମ୍ୟ ପାନିୟଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ରଘୁନାଥପୁରଙ୍କ ନିର୍ଦ୍ଧେଶ ରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥ ବିନିଯୋଗ କରି ସୋଲାର ସଂଯୋଗ ବ୍ୟବସ୍ଥା କରାଯାଇଥିଲା । ମାତ୍ର ସୋଲାର ବ୍ୟବସ୍ଥାରେ ପାଣି ଯୋଗାଣ ସଂପୂର୍ଣ୍ଣ ବନ୍ଦ । ବର୍ତମାନ ଏହି ପାଇପ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ପୁନଃର୍ବାର ବିଦୁ୍ୟତୁ ସଂଯୋଗ ଆବଶ୍ୟକ ରହିଛି । ପୂର୍ବରୁ ଲିଗିଥିବା ବିଦୁ୍ୟତ ଚାଳିତ ପାଣି ଉଠା ମୋଟର କେଉଁଠି ଅଛି ବା କିଏ ନେଇଛି ତାହା ସନ୍ଦେହରେ ରହିଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାଢଙ୍ଗ ପଂଚାୟତରେ ବନ୍ଦ ହୋଇ ପଡିଥିବା ପାଇପ ପାନୀୟଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଇବାକୁ ଏ ଅଂଚଳର ଜନସାଧାରଣ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.