ମାର୍ଶାଘାଇ,୦୧/୦୪/୨୦୨୧(ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ତାଳସଙ୍ଗା ପଂଚାୟତସ୍ଥିତ ମାଣିକପୁର ଗ୍ରାମରେ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ରାଧା କୃଷ୍ଣଙ୍କର ମୃଣ୍ମୟ ମୂର୍ତି ନିର୍ମାଣ କରାଯାଇ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି । ଏହି ଦୋଳ ମହୋତ୍ସବରେ ସ୍ଥାନୀୟ ଅଂଚଳର ବିଭିନ୍ନ ଗ୍ରାମର କାଠି ଲଉଡ଼ି ଦଳ ଗୋପାଳ ଓଗାଳ ପରିବେଷଣ କରିଥିଲେ । ଏଥିରେ ମାଣିକପୁର, ପିକରାଳି, ଭୁସରଙ୍ଗ,ତିର୍ତୋଲ, ବେରୁହାଁ, ପଦ୍ମପୁର, ବ୍ରାହ୍ମଣବାଡ଼ି ଆଦି ଲୁଡ଼ି ଦଳ ଲଉଡ଼ି ଖେଳ ପରିବେଷଣ କରିଥିଲେ । ଏହି ମହୋତ୍ସବରେ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର