ଗରଦପୁର,୦୧/୦୪/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ନିକଟସ୍ଥ ମଧୁବାବୁ ପାଠାଗାର ପରିସରରେ ଆଜି ସ୍ୱତନ୍ତ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଗରଦପୁର ସମ୍ବାଦ ସାହିତ୍ୟ ଘର ସଭାପତି ଦ୍ୱାରିକାନାଥ ସେନାପତି ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ତମ୍ଭକାର ହିରଣ୍ୟ ମହାନ୍ତି ଓ ସମାନୀତ ଅତିଥି ଭାବେ ପ୍ରାଧ୍ୟାପକ ନୀରୋଦ ଦାସ ଓ ଅନ୍ୟତମ ଅତିଥି ଭାବେ ଡ଼ାକ୍ତର ମନୋଜ ଜେନା ଓ ଅଜୟ କୁମାର ଦାସ ଯୋଗଦେଇ ଉତ୍କଳ ଦିବସର ଅନୁଚିନ୍ତା ଶିର୍ଷକରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବାରିଷ୍ଟର ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ, ବ୍ୟସକବି ଫକୀର ମୋହନ ସେନାପତି, କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ,ବାମଣ୍ଡା ରାଜା ସୁଧଳଦେବ , କର୍ମବୀର ଗୌରୀଶଙ୍କର ପ୍ରମୁଖ ଙ୍କ ର ଥିବା ଅବିସ୍ମରଣିୟ ଅବଦାନ ସମ୍ପର୍କରେ ଉତ୍ସବରେ ଆଲୋଚନା କରି ସେହି ମହା ମନିଷି ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା । ଭାଷା ଭିତିକ ରାଜ୍ୟ ଭାବରେ ଉତ୍କଳ ପ୍ରଦେଶ ଗଠିତ ହୋଇଥିବାରୁ ମା ମାଟି ଓ ମାତୃଭାଷାକୁ ପ୍ରତ୍ୟେକ ଓଡ଼ିଆ ସମ୍ମାନ ଦେଇ ନିଜ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଅତିଥିମାନେ ମତ ପୋଷଣ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କରେ ଉପସ୍ଥିତ ଗରଦପୁର ସାହିତ୍ୟ ଘରର ସଦସ୍ୟ କବୟିତ୍ରୀ ଜ୍ୟୋତ୍ସ୍ନା କୁମାରୀ ତ୍ରିପାଠୀ, ନାରିକବି ଆରତି ତ୍ରିପାଠୀ , ବିପ୍ଳବୀ କବି ସୀତାକାନ୍ତ ନାୟକ ସ୍ୱରଚିତ କବିତା ପାଠ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଛାତ୍ରୀ ଅପର୍ଣ୍ଣା ପରିଡ଼ା , ପ୍ରିୟଙ୍କା କର , ଅନନ୍ୟା ମହାନ୍ତି , ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ । ଉତ୍ସବରେ ଗିତି କବି କୁଂଜ ବିହାରୀ ପାଣି ସ୍ୱତନ୍ତ୍ର ଉତ୍କଳ ଦିବସ ଓ ମଧୁବାବୁ ଙ୍କ ସମ୍ପର୍କରେ ସ୍ୱରଚିତ କବିତା ଗାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆୟୋଜିତ ଏହି ଉତ୍ସବରେ ସାହିତ୍ୟ କ୍ଷେତ୍ରରେ ସାମଗ୍ରୀକ କୃତିତ୍ୱ ପାଇଁ କବୟିତ୍ରୀ କାକୁଲି ମଲିକ ଓ ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଙ୍କୁ ଗରଦପୁର ମଧୁବାବୁ ପାଠାଗାର ଓ ସମ୍ବାଦ ସାହିତ୍ୟ ଘର ତରଫରୁ ଉତରୀୟ, ମାନପତ୍ର ଓ ପୁଷ୍ପ ଗୁଛ ଅର୍ପଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ତଥା ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ । ଉତ୍କଳ ଦିବସ ର ଅନୁଚିନ୍ତା ସମ୍ପର୍କରେ ଗାଳ୍ପିକ ନରୋତମ ପରିଡ଼ା , କବି ବ୍ରଜ କିଶୋର ମିଶ୍ର, ଅଧ୍ୟାପିକା ବିଷ୍ଣୁପ୍ରିୟା ପତି , ଯୋଗେନ୍ଦ୍ରେ ନାଥ କର , ପ୍ରକୃତି ବନ୍ଧୁ ଉଦୟନାଥ ଚୌଧୁରୀ , ପଣ୍ଡିତ ଗିରିଷ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଦେଇଥିଲେ । ମଧୁବାବୁ ପାଠାଗାରର ସଭାପତି ନବଘନ ନାୟକ , ଯୋଗଗୁରୁ ଦେବ କୁମାର ପାଣି , ସମାଜସେବୀ ଅରୁଣ କୁମାର ପଣ୍ଡା, ଘନଶ୍ୟାମ କାପ ,ଶିକ୍ଷକ ଗୌରାଙ୍ଗ ଚରଣ ରଥ, ଶିଶିର କୁମାର ପରିଡ଼ା,ମନୋରଂଜନ ମହାନ୍ତି ପ୍ରମୁଖ ୁପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପଣ୍ଡିତ ସାରଦା ପ୍ରସାଦ ସତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର