Saturday , June 3 2023
Breaking News
Home / ବିଶେଷ / ଭରତପୁର ଗ୍ରାମରେ ପ୍ରସିଦ୍ଧ ଦୋଳମେଲଣ ଅନୁଷ୍ଠିତ

ଭରତପୁର ଗ୍ରାମରେ ପ୍ରସିଦ୍ଧ ଦୋଳମେଲଣ ଅନୁଷ୍ଠିତ

କେନ୍ଦ୍ରାପଡା, ୦୧/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଦଧିବାବନଜିଉଙ୍କ ପଂଚୁଦୋଳ ମେଲଣ ସରକାରଙ୍କ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଏହି ମେଲଣ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୨ଶହ ବର୍ଷ ପୂର୍ବରୁ ଚାଲିଆସୁଥିବା ଏହି ମେଲଣରେ ୧୦ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ଭରତପୁର ଗ୍ରାମର ସୀତାରାମ ମଠ ପଡିଆରେ ପହଁଚିଥିଲେ । ବିମାନ ମାନଙ୍କରେ ଥିବା ଠାକୁରମାନଙ୍କୁ ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ପରେ ପାରମ୍ପାରିକ ଲୋକକଳା ଘୋଡାନାଚ, ପାଲା ପ୍ରଭୃତି ପରିବେଷଣ କରାଯାଇ କୀର୍ତନ କରାଯାଇଥିଲା । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ନିର୍ଦେଶନାରେ ବାଗଦେବୀ କଳାମନ୍ଦିରର ଶିଳ୍ପି ରଞ୍ଜନ ବେହୁରା, ମନୋରଞ୍ଜନ ସାହୁ, ବିନାୟକ ସୁତାର, ହିମାଂଶୁଶେଖର କର, ସୁଶ୍ରୀ ଦିବ୍ୟାଦର୍ଶିନୀ ମହାନ୍ତି, ଶୁଭକ୍ରିଷ୍ଣା ଜେନା ପ୍ରମୁଖ ମନୋଜ୍ଞ ଭଜନ ପରିବେଷଣ କରିଥିଲେ । ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା, ସମୀର ରାଉତ, ଅରବିନ୍ଦ ମହାନ୍ତି, ଶକ୍ତି ପ୍ରସାଦ ମହାନ୍ତି, ସୁବୋଧ କୁମାର ଦାସ, ବିଜୟ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.