ଭୁବନ ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନର ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ୮୬ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ନୂଆଭୁବନ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ଯ୍ୟକବି ପଣ୍ଡିତ ଡଃ ପ୍ରମୋଦ କୁମାର ମିଶ୍ର, ଚିତ୍ରଶିଳ୍ପୀ ନାରାୟଣ ସାହୁ, ସୁରେନ୍ଦ୍ର କୁମାର ପୃଷ୍ଟି, ଲଳିତ କୁମାର ବେହେରା, ନିତ୍ୟାନନ୍ଦ ପରିଡା,କବି ଉଦ୍ଧବ ମହାପାତ୍ର, ଚରଣ କବି ଗୋପୀନାଥ ବେହେରା,ବିନୟ ପଟ୍ଟନାୟକ, କବୟିତ୍ରୀ ବିଳାସିନୀ ପୃଷ୍ଟି,ଯଶସ୍ୱିନୀ ପୃଷ୍ଟି,ଅନୁଷ୍ଠାନର ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉତ୍କଳଦିବସ ପାଳନ ର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଦେଶ ସ୍ୱାଧିନତାର ୧୧ ବର୍ଷ ପୂର୍ବରୁ ଓଡିଶା କୁ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ରତା ଦିଆଯାଇଥିଲା,ଏହା ଆମ ପାଇଁ ଗର୍ବ ଓ ଗୌରବ ର ବିଷୟ । ଇଂରାଜୀ ଭାଷାର ବହୁଳ ପ୍ରସାର ତଥା ଗାଁ ଗଣ୍ଡାରେ ଛତୁ ଫୁଟିବା ଭଳି କନଭେଣ୍ଟ ସ୍କୁଲ ଖୋଲିବା ଯୋଗୁ ଓଡିଆ ଭାଷା ସାହିତ୍ୟ ଆଜି ସଂକଟରେ ,ଭାଷା ସାହିତ୍ୟ ବଂଚିଲେ ,କବି,ଲେଖକ,ସାହିତ୍ୟିକ ବଂଚିବେ ତେଣୁ ଓଡିଆ ଭାଷା ସାହିତ୍ୟ ର ସୁରକ୍ଷା ପାଇଁ ପ୍ରତ୍ୟେକ ଓଡିଆ ଯୁବକ ଯୁବତୀ ପ୍ରୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟର ଇତିହାସ ବିଭାଗରେ ଟପ୍ପର ହୋଇଥିବା ଛାତ୍ରୀ ସ୍ୱପ୍ନାରାଣୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର