Monday , May 23 2022
Home / ବିଶେଷ / ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଶ୍ୟାମସୁନ୍ଦରପୁର ପଂଚାୟତରେ ପ୍ରକଳ୍ପ ନିର୍ମାଣ ଆରମ୍ଭ

ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଶ୍ୟାମସୁନ୍ଦରପୁର ପଂଚାୟତରେ ପ୍ରକଳ୍ପ ନିର୍ମାଣ ଆରମ୍ଭ

କେନ୍ଦ୍ରାପଡା, ୦୧/୦୪/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ   ସରପଂଚ ପୁଷ୍ପଲତା ସେନାପତିଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପଂଚାୟତରେ ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ସରପଂଚ ଶ୍ରୀମତୀ ସେନାପତି ପଂଚାୟତର ହାଲପୁର, ମରଡପୁର ଓ ନାନକାର ପ୍ରଭୃତି ୩ଟି ଗ୍ରାମରେ ଥିବା ପାନୀୟ ଜଳ ସଙ୍କଟର ସମାଧାନ ନିମନ୍ତେ  ୮୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ‘ଜଳ ଜୀବନ’ ଯୋଜନାରେ ତିନିବର୍ଷ ପୂର୍ବେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନରେ ପଂଚାୟତ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଜମା କରିଥିଲେ ସରପଂଚ  ।  ସେହି ପ୍ରକଳ୍ପ ଦ୍ୱାରା ୩ଟି ଗ୍ରାମର ୩ହଜାର ୫ଶହ ଲୋକ ଉପକୃତ ହୋଇପାରିବେ ।  ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିବାରୁ ସରପଂଚ ଶ୍ରୀମତୀ ସେନାପତି ତାଙ୍କ ପ୍ରତିଶୃତି ରକ୍ଷାକରି ଏପରି ଏକ ଅତ୍ୟାବଶ୍ୟକ ପ୍ରକଳ୍ପର ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ରବିନାରାୟଣ ପଣ୍ଡାଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ସରପଂଚଙ୍କ ପ୍ରତିନିଧି ବିଦୁ୍ୟତ ରଞ୍ଜନ ସେନାପତି,ସୁରେନ୍ଦ୍ର କୁମାର ସ୍ୱାଇଁ, ୱାର୍ଡ ସଭ୍ୟ ମମତା ବେହେରା, ଶିବ ସୁନ୍ଦର ବାରିକ, ଗଣେଶ୍ୱର ମଲ୍ଲିକ, ନିର୍ମଳ ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ

ଫୁଲବାଣୀ ୨୨/୦୫/୨୦୨୨( ଓଡ଼ିଶା ସମାଚାର )- ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ …

Leave a Reply

Your email address will not be published. Required fields are marked *