Thursday , March 23 2023
Home / ବିଶେଷ / ନିରାକାରପୁର ରେଳଫାଟକ ଉପରେ ଫ୍ଲାଏ ଓଭର ନିର୍ମାଣ ପାଇଁ ରେଳ ବିଭାଗ ଅଧିକାରଗଣଙ୍କ ଅନୁଧ୍ୟାନ

ନିରାକାରପୁର ରେଳଫାଟକ ଉପରେ ଫ୍ଲାଏ ଓଭର ନିର୍ମାଣ ପାଇଁ ରେଳ ବିଭାଗ ଅଧିକାରଗଣଙ୍କ ଅନୁଧ୍ୟାନ

ନିରାକାରପୁର, ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ଦିନ ଧରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳଫାଟକ ନୂଆ ଜଗନ୍ନାଥ ସଡ଼କ ଉପରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବାକୁ ଦାବୀ ହେଉଥିବା ବେଳେ ଏହାର ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇ ଡ଼୍ରଇଁ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବଜାର ଉପରେ ଏହାର ପ୍ରଭାବ ଓ ରେଳ ବିଭାଗର ବାରମ୍ବାର ଡ଼୍ରଇଁ ପରିବର୍ତନ ଯୋଗୁ ଅଦ୍ୟାବଧି ଏହାର କାର୍ଯ୍ୟରେ କୈାଣସି ଅଗ୍ରଗତି ହେଉନାହିଁ । ଥରେ ଗେଟ ପଡ଼ିଲେ ଅତ୍ୟାବଶକୀୟ ପରିବହନ ଗାଡ଼ିଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ସାଧାରଣ ଲୋକେ ଗେଟ ଅତିକ୍ରମ କରିବାକୁ ବହୁ ସମୟ ଛିଡ଼ା ହେବାକୁ ପଡ଼ୁଛି । ଏହା ଫଳରେ ଜନସାଧାରଣ ଓ ରେଳବାଇକୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି । ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ କରାଯିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ମଧ୍ୟ ଦିଆଯାଉଛି । ଗତକିଛି ଦିନ ତଳେ ଏହି ଅସୁବିଧାକୁ ଦୂର କରି ଏଠାରେ ଓଭର ବ୍ରିଜ ନିର୍ମାଣ କରିବାକୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରଜିତା ଷଢଙ୍ଗୀ ଦିଲ୍ଲୀରେ ରେଳମନ୍ତ୍ରୀ ଅଶୋକ ଗୋଏଲଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ରେଳ ବିଭାଗର କିଛି ଉଚ୍ଚ ପଦସ୍ଥ ଯନ୍ତ୍ରୀ ଓ ଅଫିସର ନିରାକାରପୁର ରେଳଫାଟକ ନିକଟକୁ ଆସି ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ କରି ଫେରିଯାଇଥିବା ସୂଚନା ମିଳିଛି । ଆଗରୁ ଏହି ବ୍ରିଜ ରେଳଧାରଣାର ଉପରେ ୩୮ ମିଟର ଦୈର୍ଘ୍ୟର ପ୍ରସ୍ତାବ ଯାଇଥିବାବେଳେ ବର୍ତମାନ ଏହାକୁ ବଢାଇ ୬୨ ମିଟର କରାଯାଇଥିବା ଆରଆଣ୍ଡ ବି ଯନ୍ତ୍ରୀଙ୍କଠାରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.