ତାରପୁର ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ପୁରପଲ୍ଲୀରେ ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ଆଜକୁ ୨ ଶହ ବର୍ଷରୁ ଉର୍ଦ୍ଧ ଧରି ଦୋଳ ଉସôବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଆସୁଅଛି । ଦୋଳ ବିମାନକୁ ସୁସଜ୍ଜିତ କରାଯାଇ ଚାନ୍ଦପୁର ବ୍ରାହ୍ମଣ ସାହିରୁ ଠାକୁରଙ୍କୁ ଗ୍ରାମବାସୀମାନେ ଏକ ବିରାଟ ଶୋଭାଯାତ୍ରାରେ ନେଇ ପ୍ରତି ଘରେ ଘରେ ଠାକୁରଙ୍କୁ ଭୋଗ ନିବେଦନ କରାଇଥାନ୍ତି । ଦୋଳପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଫୁଲବାରିରେ ଠାକୁରଙ୍କୁ ବିମାନରେ ବସାଇ ଝୁଲାଯାଇଥାଏ । ଏଠାରେ ଚାନ୍ଦପୁର ଗ୍ରାମର ଗୋପାଳମାନେ ଲଉଡି ଖେଳ ଖେଳିଥିଲେ । ଏଠାରେ ପଣ୍ଡିତ ପାଞ୍ଜିର ଶୁଭାରମ୍ଭ କରିଥିଳେ । ଏହି ଉତ୍ସବ ରେ ମୁଖ୍ୟ ପୂଜକ ହିମାଂଶୁ ଶେଖର ମହାପାତ୍ର, ପୂଜକ ଶଶିକାନ୍ତ ମହାପାତ୍ର, ଅଜୟ କୁମାର ସ୍ୱାଇଁ, ବିଷ୍ଣୁ ଚରଣ ଦାସ, ରମେଶ ପାତ୍ର, କବିସୂର୍ଯ୍ୟ ସ୍ୱାଇଁ, ପ୍ରଫୁଲ୍ଲ ବାରିକ, ନୃସିଂହ ବିଶ୍ୱାଳ, ଶ୍ୟାମସୁନ୍ଦର ରାଉତ, ବୈରାଗୀ ରାଉତ, ବଟକୃଷ୍ଣ ମହାରଣା, ଆଶିଷ ମହାପାତ୍ର, ଜୟରାମ ରାଉତ, ଡମ୍ବରୁଧର ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, କାଳନ୍ଦି ଦାସ, ବଟକୃଷ୍ଣ ଦାସ, ଧୂଳେଶ୍ୱର ଦାସ, ଅନନ୍ତ ଦାସ ପ୍ରମୁଖ ସମସ୍ତ ଗ୍ରାମବାସୀମାନଙ୍କ ସହଯୋଗରେ ଏହି ଦୋଳ ଉତ୍ସବ ପାଳନ କରାଯାଇଥିଲା । ସେହିପରି ରଘୁନାଥପୁର ବ୍ଲକର ରେଢୁଆ, ଜଗନ୍ନାଥପୁର, ଆଦି ଅଂଚଳରେ ଦୋଳ ଉତ୍ସବ ଆନନ୍ଦ ଉଲ୍ଲାସ ସହିତ ପାଳିତ ହୋଇଛି । ଓଡ଼ିଶା ସମାଚାର