Saturday , March 25 2023
Breaking News
Home / କୃଷି / ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ     

ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ     

ତାରପୁର ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଶିରିଡି ସାଇ ମନ୍ଦିର ପରିସରରେ ଆଜି କୋଭିଡ୍ ନିୟମ ଅନୁଯାୟୀ ନିରାଡମ୍ବର ଭାବରେ ଉତ୍କଳ ଦିବସ ପାଳିତ ହୋଇଥିଲା । ଏଥିରେ ସଂଗଠନ ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ଇଂ. ବାବାଜୀ ଚରଣ ଜେନା ଯୋଗଦେଇ ଉତ୍କଳ ଦିବସରେ ପ୍ରତ୍ୟେକ ଓଡିଆ ନିଜର ସ୍ୱାଭିମାନ ଏବଂ ଓଡିଆ ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଅଜୟ କୁମାର ଦାସ ଯୋଗଦେଇ ଉତ୍କଳ ଦିବସ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ସଂଗଠନର ଉପସଭାପତି ସାରଦା ପ୍ରସାଦ ରାୟ, ସଂଗଠନର ଅନ୍ୟତମ ଉପସଭାପତି ଦିଲ୍ଲିପ କୁମାର ରଥ, ସଂଗଠନର ଯୁଗ୍ମ ସଂପାଦକ ବିନୋଦ ମହାନ୍ତି, କୋଷାଧ୍ୟକ୍ଷ ଶିଦ୍ଧାର୍ଥ ତ୍ରିପାଠି, ସମାଜସେବୀ ପାର୍ଥଶଖା ପାଲଟାସିଂହ, ପ୍ରକାଶ ଜେନା,  ଗଙ୍ଗାଧର ଜେନା, ନିମାଇଁ ସ୍ୱାଇଁ, ତପନ ମହାନ୍ତି, ପ୍ରଭାକର ମହାପାତ୍ର, ବିଚିତ୍ର ସ୍ୱାଇଁ, ନିତ୍ୟାନନ୍ଦ ମହାପାତ୍ର, ଶଶିଭୁଷଣ ନାୟକ, ପ୍ରଫୁଲ୍ଲ ମହାପାତ୍ର, ସତ୍ୟଜିତ୍ ଶାସ୍ତ୍ରୀ, ଭୁପତି ନାୟକ ପ୍ରମୁଖ ଯୋଗଦେଇ ଉକ୍ରଳ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏଥିରେ ବରିଷ୍ଠ ଚାଷୀ କଣ୍ଡୁରୀ ଚରଣ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.