Tuesday , March 21 2023
Breaking News
Home / ବିଶେଷ / ଗୋସୁରକ୍ଷା ଆଇନ୍ ପ୍ରଣୟନ ଦାବିରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

ଗୋସୁରକ୍ଷା ଆଇନ୍ ପ୍ରଣୟନ ଦାବିରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

ଭୁବନେଶ୍ୱର,୦୧/୦୪/୨୦୨୧(ଓଡ଼ିଶା ସମାଚାର)-ଯୁବ ସମାଜସେବୀ ଅଭିଷେକ ମଲ୍ଲିକ ଙ୍କ ନେତୃତ୍ୱରେ ଗୋ ସୁରକ୍ଷା ଓ ବେଆଇନ୍ ଗୋହତ୍ୟା ବିରୁଦ୍ଧରେ ରାମ ମନ୍ଦିର ପରିସରରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସଂଗଠନର ସ୍ୱେଚ୍ଛାସେବୀ ଓ ଗୋସେବକ କର୍ମକର୍ତାମାନେ ଏଥିରେ ସାମିଲ ହୋଇଥିଲେ । ଏହାପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବେଆଇନ୍ ଭାବେ ଗୋରୁଗାଈଙ୍କୁ ଅମାନୁଷିକଭାବେ ହତ୍ୟା କରାଯାଉଥିବା ଶ୍ରୀ ମଲ୍ଲିକ୍ ଅଭିଯୋଗ କରିଛନ୍ତି । ଏହା ସହିତ ବେଆଇନ୍ ଗୋରୁଚାଲାଣ ବନ୍ଦ କରିବା, ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା, ଗୋସୁରକ୍ଷା ଆଇନ୍ ପ୍ରଣୟନ କରିବା, ସରକାରୀ ପଶୁ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପଶୁ ଡ଼ାକ୍ତର ନିଯୁକ୍ତି ଦେବା, ସରକାରୀ ଗୋଶାଳାକୁ ପୁନରୁଦ୍ଧାର କରିବା, ବେସରକାରୀ ଗୋଶାଳାକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଜଗମୋହନ ବଳିଆରସିଂହ, ସୁପ୍ରିୟା ମହାନ୍ତି, ମନୋଜ ସାହୁ ଓ ସ୍ନେହାଶିଷ ସାହୁ, ଗୋସେବକ ଶଶିକାନ୍ତ ଶତପଥୀ, ରଶ୍ମିରଞ୍ଜନ ସ୍ୱାଇଁ, ସୌମ୍ୟ ଭୁତିଆ, ଶିବ ବେହେରା, ଦେବାଶିଷ ରାଉତ, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.