Tuesday , March 21 2023
Breaking News
Home / ବିଶେଷ / ଗଦାଧର ପିଠରେ ନଉଡ଼ି ମହୋତ୍ସବ 

ଗଦାଧର ପିଠରେ ନଉଡ଼ି ମହୋତ୍ସବ 

ଗରଦପୁର,୦୧/୦୪/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳି ଗଦାଧର ପିଠରେ ନଉଡ଼ି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ତଳକୁସୁମା, ବଙ୍ଗାରୀ, ନାଗଣପୁର, ହରିପୁର, ସାନ ଅଢ଼ଙ୍ଗା, କୋରୁଆ, ଲଙ୍କାପଡ଼ା, ଅରିଲୋ, ଅଟାବୁହା, ସମସରା, ବିନ୍ଦୋଳ, ବାରସାହି, ପୁନ୍ଦାଳପ୍ରମୁଖ ଗ୍ରାମର ଗୋପାଳକମାନେ ଉତ୍ସବରେ ଯୋଗଦେଇ କାଠି ଲଉଡ଼ି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଉତ୍ସବରେ ଜିଲାପରିଦେ ସଭ୍ୟ ସନ୍ତାଷ କୁମାର ଜେନା , ସରପଂଚ ମମତା ନାୟକ, ଅବସରପ୍ରାପ୍ତ ସେନାଧିକାରୀ ନୟନ ବଲଭ ନାୟକ , ସମିତି ସଭ୍ୟ ନୃସିଂହପ୍ରସାଦ ଦାସ ପ୍ରମୁଖ ଯୋଗଦେଇ ଲଉଡ଼ି ଖେଳ ମାଧ୍ୟମରେ  ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବା ସହିତ ଭାଇଚାରା ସୃଷ୍ଟି ହୁଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଜେନା ଅନୁଷ୍ଠାନର ୧୯ ଜଣ କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ଦଳକୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.