Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / କୋଭିଡ ସଚେତନତା ରଥ କୁ ସ୍ୱାଗତ

କୋଭିଡ ସଚେତନତା ରଥ କୁ ସ୍ୱାଗତ

 ଭୁବନ ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ  ଜିଲ୍ଲା ସଂସ୍କୃତି  ବିଭାଗ ତରଫରୁ କୋଭିଡ ସଚେତନତା ରଥ କୁ ଭୁବନ ପର୍ଶୁରାମ କ୍ଲବ ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । କଳା ସାହିତ୍ୟ ସଂସ୍କୃତି ଜିଲ୍ଲା ସଭାପତି ଅଶୋକ କୁମାର ସାମଲ ଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ପୂର୍ବତନ କାଉନସିଲର ପୁଷ୍ପଲତା ଦାସ,ନିତ୍ୟାନନ୍ଦ ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାମାରୀ କରୋନାରୁ ବର୍ତିବା ସକାଶେ ସରକାରଙ୍କ ନୀତି ନିୟମ ମାନିବା,ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା,ବାରମ୍ବାର ସାବୁନ ରେ ହାତ ଧୋଇବା ,କୋଭିଡ ଟୀକା ନେବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସାମାଜିକ କର୍ମୀ ଲଳିତ କୁମାର ବେହେରା ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଯୋଗଦେଇଥିଲେ । ସଚେତନତା ରଥ କାଳୀ ବଜାର,ନୂଆବଜାର,ବସଷ୍ଟାଣ୍ଡରେ ଜନ ସଚେତନତା କରିବା ପରେ ଭୁବନ ବ୍ଲକର ଗଡନୃସିଂହପ୍ରସାଦ,ସୁରପ୍ରତାପପୁର ପଂଚାୟତ ଅଭିମୁଖେ ଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.