Friday , May 20 2022
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାଙ୍କ ଶପଥପାଠ

କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାଙ୍କ ଶପଥପାଠ

କେନ୍ଦ୍ରାପଡା, ୦୧/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତାମାନେ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସଂଘର ମଧ୍ୟବର୍ତୀକାଳିନ ବୋର୍ଡର ସଭାପତି ସରୋଜରାଜ ସିଂହଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ ସଭାପତି ଆଶୁତୋଷ ମହାନ୍ତି, ଉପସଭାପତି ଜୀତେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଧିନ, ସହସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ଯୁଗ୍ମସମ୍ପାଦକ ତଥା ଲାଇବ୍ରେରୀଆନ ସୁଧାଂଶୁ ଭୂଷଣ ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ସୁବାଷ ରାଉତ ଓ ସୈାଦାମିନି ଜେନା ପ୍ରମୁଖଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ନିର୍ବାଚନ ଅଧିକାରୀ କବି ପ୍ରସାଦ ମହାପାତ୍ର ସଂଘର ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ଶପଥ ପାଠ କରାଇଥିଲେ । ନୂତନ କର୍ମକର୍ତାମାନେ କେନ୍ଦ୍ରାପଡା ବାର୍ ର ସମ୍ମାନକୁ ଅକ୍ଷୂର୍ଣ୍ଣ ରଖି ନିରପେକ୍ଷ ଭାବରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ବିଚିତ୍ରାନନ୍ଦ ମହାନ୍ତି, ଗଗନବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଭୀମସେନ ଭୂୟାଁ, ଦୁର୍ଯେ୍ୟାଧନ ସାହୁ, ଦେବଦାସ ମହାନ୍ତି, ନିହାର ମହାପାତ୍ର, ରଞ୍ଜନ ପଣ୍ଡା, ନିରଞ୍ଜନ ବଳ, ସ୍ମୃତିରଞ୍ଜନ ସିଂ, ମାନସରଞ୍ଜନ ଧଳ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ଅଧିକାରୀ ପ୍ରଭାତ କୁମାର ଦାସ, ବିଭୁ ପ୍ରସାଦ ସିଂ, ଅନନ୍ତ ବଲ୍ଲଭ ଶତପଥୀ, ସେକ ମନୁ, ବ୍ରଜସୁନ୍ଦର ରାଉତ, ସୁରେଶ ଚନ୍ଦ୍ର ନାୟକ, ମୋହନ ସାହୁ, ରବି ପାତ୍ର, ସୁରେଶ ସେଠୀ, ସୈାଭାଗ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *