ମାହାଙ୍ଗା-୦୧/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – କରୋନା ସଂଙ୍କ୍ରମିତ ଙ୍କ ମୃତ୍ୟ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ମୃତକଙ୍କ ପୁଅଝିଅ,ବ୍ଲକ ଅଧ୍ୟକ୍ଷ, ମାହାଙ୍ଗା ମେଡିକାଲ ବିତ ପରିଚାଳକ ଓ ସିକ୍ୟୁରିଟି ଗାର୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଶ୍ରୀକୃଷ୍ଣପୁର ପଞ୍ଚାୟତ ରାମଚନ୍ଦ୍ର ପୁର ଗ୍ରାମର ୫୬ ବର୍ଷୀୟ ରମେଶ ଚନ୍ଦ୍ର ସାହୁ କରୋନା ପଜେଟିଭ ରେ ମାହାଙ୍ଗା ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ତାଙ୍କର କରୋନା ମୃତ୍ୟୁ କୁ ନେଇ ନିଜ ଆତ୍ମୀୟ ସ୍ୱଜନ, ଭାଇ, ବନ୍ଧୁ ଓ ପଡ଼ୋଶୀ କେହି ଆସିନଥିଲେ । ମାତ୍ର ତାଙ୍କର ଝିଅ ପୁଅ ସହ ଯୋଗଦେଲେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିତ ପରିଚାଳକ ସନ୍ତୋଷ ଶତପଥୀ, ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଶବକୁ ଆମ୍ବୁଲାନ୍ସ ରେ ନିଜ ଗାଁ ରାମଚନ୍ଦ୍ର ପୁର କୁ ନେଇ ସେଠାରେ ଶେଷ କୃତ୍ୟ ସଂପନ୍ନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଓ ବିତ ପରିଚାଳକ ଙ୍କ ଏହିଭଳି ମହନୀୟ କାର୍ୟ୍ୟ ପାଇଁ ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀ , ସମାଜସେବୀ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / କରୋନା ସଂଙ୍କ୍ରମିତ ଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବ୍ଲକ ଅଧକ୍ଷ ,ମେଡିକାଲ୍ ପରିଚାଳକ ଓ ସିକ୍ୟୁରିଟି ଗାର୍ଡ