ତାରପୁର ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ସମଗ୍ର ବିଶ୍ୱରେ କରୋନାର ଦ୍ୱିତୀୟ ଲହରି ଆତଙ୍କ ଖେଳାଇଥିବା ବେଳେ ଭାରତରେ ମଧ୍ୟ ଏହାର ଯଥେଷ୍ଟ ପ୍ରଭାବ ପଡିଛି । ଚଳିତ ବର୍ଷ କରୋନା ପାଇଁ ହୋଲି ଉସôବ ଫିକା ପଡିଥିବା ଦେଖିବାକୁ ମିଳିଥିଲା । ରଙ୍ଗରେ ବ୍ୟବହାର ହେଉଥିବା କେମିକାଲ ଚିନ୍ ସାମଗ୍ରୀ ହୋଇଥିବାରୁ ଏଥିରେ କରୋନା ଭାଇରସ୍ ଆସିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଲୋକମାନେ ଚଳିତ ବର୍ଷ ହୋଲି ଉତ୍ସବରେ ରଙ୍ଗ ଖେଳିବାକୁ ଭୟ କରି ଅଭିର ଲଗାଇ ଘରେ ଘରେ ଲୋକମାନେ ହୋଲି ଉତ୍ସବ ପାଳୁଥିବାର ଦେଖିବାକୁ ମିଳିଥିଲା । ରଘୁନାଥପୁର ବ୍ଲକର ଅଧିକାଂଶ ଗ୍ରାମର ବିଭିନ୍ନ ଲୋକମାନଙ୍କ ପରିବାରରେ କନିଷ୍ଠ ସଦସ୍ୟମାନେ ବରିଷ୍ଠ ସଦସ୍ୟମାନଙ୍କ ପାଦରେ ହଳଦି ଓ ଅଭିର ଲଗାଇ ହୋଲି ଖେଳୁଥିବାର ଦେଖିବାକୁ ମିଳିଥିଲା । ପ୍ରତି ବର୍ଷ ହୋଲିରେ କେତେକ ସ୍ଥାନରେ ଯୁବକମାନେ ନିଶାସକ୍ତ ଅବସ୍ଥାରେ ହୋଲି ଖେଳି ପରସ୍ପର ମଧ୍ୟରେ ମାଡପିଟ-ଗଣ୍ଡଗୋଳ କରି ଥାନାକୁ ଆସିଥାନ୍ତି, ହେଲେ ଚଳିତ ବର୍ଷ କରୋନା ଭୟରେ ହୋଲିଖେଳ ଫିକା ପଡିଥିବାରୁ କୌଣସି ସ୍ଥାନରେ ଗଣ୍ଡଗୋଳ ହେବାର ପରିଲକ୍ଷିତ ହୋଇନଥିଲା । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …