କେନ୍ଦ୍ରାପଡା, ୩୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ପୋଲିସ ମାଡମାରି ଆହତ କରିଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ ଛାଂଚୁଣିଆ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ପୁଅ ହରିହର ବେହେରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୨୬ତାରିଖରେ ତାଙ୍କ ବୋଉ ସରସ୍ୱତୀ ବେହେରାଙ୍କ ଅଭିଯୋଗ କ୍ରମେ ହରିହରଙ୍କ ବାପା ପ୍ରଫୁଲ୍ଲ ଓ ତାଙ୍କ ବଡଭାଇ ଏବଂ ସାନଭାଇଙ୍କୁ ଥାନାକୁ ଡକାଯାଇଥିଲା । ସେମାନେ ଦିନ ୧୧ଟା ବେଳେ ଥାନାରେ ପହଁଚିଥିବା ବେଳେ ସେମାନଙ୍କୁ ରାତି ୧୨ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖାଯାଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରାଯିବା ସହ ଠେଙ୍ଗାରେ ମାଡ ମରାଯାଇଥାନା ବାହାରକୁ ବିଦା କରିଦିଆଯାଇଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକତ୍ିସାଳୟରେ ଭର୍ତି କରାଯାଇଥିବା ବେଳେ ସେମାନେ ସେଠାରେ ଚିକିତ୍ସାଧିନ ଥିବା ହରିହର କହିଛନ୍ତି । ଓଡ଼ିଶା ସମାଚାର