Saturday , April 1 2023
Breaking News
Home / ବିଶେଷ / ଶ୍ୟାମସୁନ୍ଦରପୁର ମହାନ୍ତିସାହି ଦୋଳ ମେଲଣ ଉଦଯାପିତ

ଶ୍ୟାମସୁନ୍ଦରପୁର ମହାନ୍ତିସାହି ଦୋଳ ମେଲଣ ଉଦଯାପିତ

କେନ୍ଦ୍ରାପଡା, ୩୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ମହାନ୍ତିସାହି ଦୋଳ ମେଲଣ ଉଦଯାପିତ ହୋଇଯାଇଛି । ଜିଲ୍ଲାର ବହୁ ପୁରାତନ ମେଲଣ ମଧ୍ୟରୁ ମହାନ୍ତି ସାହି ମେଲଣ ପ୍ରାୟ ୨ଶହ ବର୍ଷ ପୂର୍ବେ ପୂର୍ବଜମାନେ ଆରମ୍ଭ କରିଥିଲେ । ମେଲଣକୁ ବିଭିନ୍ନ ଅଂଚଳରୁ ୯ଟି ସୁସଜ୍ଜିତ ବିଭାନ ବାଜାବାଣ ରୋଷଣୀ କରି ମଧ୍ୟାହ୍ନରେ ମହାନ୍ତିସାହିରେ ପହଁଚିଥିଲେ । ଥାନପତି ଦଧିବାବନଜୀଉ ପ୍ରଥମେ ପହଁଚି ଆସ୍ଥାନ ଗ୍ରହଣ କରିବା ପରେ ଅନ୍ୟମାନେ ପହଁଚିଥିଲେ ।  ଏହାପରେ ଭଜନ ସମାରୋହ ଅନୁଷ୍ଠିତ ହୋଇ ବିଭାନମାନଙ୍କ ପାଖରେ ଭୋଗ ଲାଗି ହୋଇଥିଲା । ଏହାପରେ ଶ୍ରୀଜୀଉମାନେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାହିର ମୁରବୀ ରମେଶ ଚନ୍ଦ୍ର ମହାନ୍ତି, ଅବନି କୁମାର ମହାନ୍ତି, ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ଡା. ଅଲେଖ ଚନ୍ଦ୍ର ଦାସ, ପ୍ରଣବ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.