Saturday , April 1 2023
Breaking News
Home / ବିଶେଷ / ଶ୍ରୀଶ୍ରୀ ହଟଗ୍ରାମେଶ୍ୱର ବିଶ୍ୱ ଶାନ୍ତି ମହାଯଜ୍ଞ

ଶ୍ରୀଶ୍ରୀ ହଟଗ୍ରାମେଶ୍ୱର ବିଶ୍ୱ ଶାନ୍ତି ମହାଯଜ୍ଞ

ନିରାକାରପୁର, ୩୧/୦୩/୨୦୨୧(ଓଡ଼ିଶା ସମାଚାର)-ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ କରୋନା କଟୋକଣା ମଧ୍ୟରେ ଟାଙ୍ଗୀ ବ୍ଲକ୍ ଡିଆ ପଂଇଚାୟତ କାଶିପୁର ଶ୍ରୀଶ୍ରୀ କଟଗ୍ରାମେଶ୍ୱ ଦେବଙ୍କ ମନ୍ଦିର ପା୍ରଙ୍ଗଣରେ ବିଶ୍ୱ ଶାନ୍ତିପାଇଁ ଅଷ୍ଟପ୍ରହର ମହାମନ୍ତ୍ର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ଶିକ୍ରବାର ଦିନ ଶୁଭାଧିବାସ ଶନିବାର ଅହୋରାତ୍ର ନାମ ଯଜ୍ଞ ଏବଂ ରବିବାର ଦିନ ସମାପ୍ତ ସହିତ କାଶିପୁର,ଗୋପିନାଥପୁର,ଗୌରତିସାହି ଓ ବଡପାଟଣା ଆଦି ଗା୍ରମ ଗୁଡିକ ବୁଲି ନଗରକୀର୍ତନ ଅନୁଷ୍ଠିତ ହୋଇଥିଲା । ଉକ୍ତ ନଗର କୀର୍ତନରେ ସମ୍ବଲପୁର ନଗର କୀର୍ତନ ମଣ୍ଡଳି , ଦୋକନ୍ଦା, ଶିମିଳି ପାଟଣା(କଣାସ),ସଂକୀର୍ତନ ମଣ୍ଡଳି କାଶିପୁର ରଘୁନାଥ ସଂକୀର୍ତନ ମଣ୍ଡଳି ଓ ହଟଗ୍ରାମେଶ୍ୱର ସଂକୀର୍ତନ ମଣ୍ଡଳିର ଯୁବକ ଓ ମହିଳା ମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଉତ୍ସବକୁ କାଶିପୁର ଗ୍ରାମବାସୀ ମାନେ ଆୟୋଜନ କରିଥିବା ବେଳେ ସଂନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.