Saturday , April 1 2023
Breaking News
Home / ବିଶେଷ / ରାଜସ୍ୱ ଅମଲାଙ୍କ ଅକାଳ ବିୟୋଗରେ ଶୋକ

ରାଜସ୍ୱ ଅମଲାଙ୍କ ଅକାଳ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୩୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଆଳି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ବରିଷ୍ଠ ରାଜସ୍ୱ ସହାୟକ କୃିବାସ ସ୍ୱାଇଁଙ୍କ ଗତ ଶନିବାର ଦିନ ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ଅମଲା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ନିୟମ ପାଳନ ପୂର୍ବକ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସ୍ୱାଇଁଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକ ସଭାରେ ରାଜସ୍ୱ ଅମଲା ସଂଘର ସଭାପତି ଦୀନବନ୍ଧୁ ରଥ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ବେହେରା, କଲେକ୍ଟୋରେଟ ଷ୍ଟାପ୍ କମିଟି ସଭାପତି ଅଜୟ କୁମାର ଦାସ, ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତିଙ୍କ ସମେତ ଉପବିଭାଗ ଅଧିକାରୀ ସୁଦର୍ଶନ ବେହେରା, ରାସଜ୍ୱ ସହାୟକ ପୁରୁଷୋତମ ଦାସ, ମହେନ୍ଦ୍ର କୁମାର ସାହୁ, ପ୍ରଭଞ୍ଜନ ମିଶ୍ର, ଦୈତାରୀ ସାହୁ, ସୁକାନ୍ତ କୁମାର ଜେନା, ଦେବଦାଶ ଷଡଙ୍ଗୀ, ଲାସା ହେମ୍ବ୍ରମ, ରବିନ୍ଦ୍ର କୁମାର ନାୟକ, ଡମ୍ବରୁଧର ବେହେରା, ଠାକୁର ଚାନ୍ଦ ହେମ୍ବ୍ରମ, ସୁଶାନ୍ତ କୁମାର ତ୍ରିପାଠୀ, ଉମେଶ ଚନ୍ଦ୍ର ବେହେରା, ଆଶିଷ ସ୍ୱାଇଁ, ସତ୍ୟବ୍ରତ ଗିରି ଓ ଅନ୍ୟ ରାଜସ୍ୱ ସହାୟକ ଓ  କର୍ମଚାରୀମାନେ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.