Tuesday , March 28 2023
Home / ବିଶେଷ / ମନ୍ କି ବାତ୍ କାର୍ଯ୍ୟକ୍ରମରେ ପାରାଦ୍ୱୀପ ବନ୍ଦର ଯନ୍ତ୍ରୀ ଅମରେଶ ସାମନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ମନ୍ କି ବାତ୍ କାର୍ଯ୍ୟକ୍ରମରେ ପାରାଦ୍ୱୀପ ବନ୍ଦର ଯନ୍ତ୍ରୀ ଅମରେଶ ସାମନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପାରାଦୀପ ୩୧/୦୩/୨୦୨୧(ଓଡ଼ିଶା ସମାଚାର)- ଗତ ମାର୍ଚ୍ଚ ୨୮ ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍”କାର୍ଯ୍ୟକ୍ରମରେ ପାରାଦ୍ୱୀପ ତଥା ରାଜ୍ୟ ପାଇଁ ଗୈାରବ ଆଣି ଦେଇଛନ୍ତି ବିଶ୍ୱାଳୀ ଗ୍ରାମ ନିବାସୀ ତଥା ପାରାଦ୍ୱୀପ ବନ୍ଦରର ଯୁବ ଯନ୍ତ୍ରୀ ତଥା ପରିବେଶବିତ ଅମରେଶ ନରେଶ ସାମନ୍ତ । ଶ୍ରୀ ସାମନ୍ତ ୧୯୯୫ ମସିହା ଠାରୁ ନିରବଛିନ୍ନ ଭାବେ କାର୍ଯ୍ୟକରି ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଓ ବିଭିନ୍ନ ଜିଲ୍ଲାରେ ୨୦ ରୁ ଉର୍ଦ୍ଧ ଜଙ୍ଗଲ ସୃଷ୍ଟି କରିସାରିଲେଣି । ସ୍ଥାନୀୟ ଯୁବକମାନଙ୍କ ସହାୟତାରେ “ବାବା ବାଲୁେଙ୍କଶ୍ୱର ଗ୍ରାମ୍ୟ ବିକାଶ ପରିଷଦ” ସଂଗଠନ ଗଠନ କରି ଶ୍ରୀ ସାମନ୍ତ ଏହି କାର୍ଯ୍ୟକୁ ତ୍ୱରାନୀତ କରିଚାଲିଛନ୍ତି । ସେ ଅବିବାହିତ ରହି ଏହି କାର୍ଯ୍ୟରେ ନିଜକୁ ସମର୍ପି ଦେଇଛନ୍ତି । ତାଙ୍କର ଏହି ତ୍ୟାଗ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଅମରେଶ ସାମନ୍ତଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାର ଉତରରେ ସେ ଶେଷ ଜୀବନ ପର୍ଯ୍ୟନ୍ତ ଏହି କାର୍ଯ୍ୟଧାରାକୁ ବଜାୟ ରଖିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ସାଧାରଣରେ ଅମରେଶ ସାମନ୍ତଙ୍କୁ ବେଶ୍ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.