Thursday , March 23 2023
Home / ବିଶେଷ / ଭୁବନ ଓକିଲ ସଂଘ କର୍ମକର୍ତା ଙ୍କ ଶପଥ ଗ୍ରହଣ

ଭୁବନ ଓକିଲ ସଂଘ କର୍ମକର୍ତା ଙ୍କ ଶପଥ ଗ୍ରହଣ

ଭୁବନ ୩୧/୦୩/୨୦୨୧(ଓଡ଼ିଶା ସମାଚାର)- ନବନିର୍ବାଚିତ ଭୁବନ ଓକିଲ ସଂଘ କର୍ମକର୍ତାଙ୍କର ଆଜି ଶପଥଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଜେଏମଏଫସି ଶ୍ରୀଚନ୍ଦନ ଦାସ ସଭାପତି ବାବୁଲି କୁମାର ସେଠୀ, ସମ୍ପାଦକ ପ୍ରହଲ୍ଲାଦ ସାହୁ , ଉପସଭାପତି ନିରଞ୍ଜନ ଜେଠୀ, ଯୁଗ୍ମ ସମ୍ପାଦକ ନିତ୍ୟାନନ୍ଦ ବେହେରା, କୋଷାଧ୍ୟକ୍ଷ ଜଗବନ୍ଧୁ ସାହୁ ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାସ୍କର ଚନ୍ଦ୍ର ସ୍ୱାଇଁ.ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର କୁମାର ଦାଶ,ଜୁଞ୍ଜ ବିହାରୀ ଚିନରା,ଅଜୟ ଥାଟୋଇ,ସାରଙ୍ଗଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବାବୁଲି କୁମାର ସେଠୀ ଓ ପ୍ରହଲ୍ଲାଦ ସାହୁ ଲଗାତର ଚତୁର୍ଥ ଥର  ସଭାପତି ଓ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି । ପ୍ରକାଶଥାଉକି ଚଳିତଥର ଓକିଲ ସଂଘ ନିର୍ବାଚନ ବିନା ପ୍ରତିଦ୍ୱନ୍ଦିତାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.