Wednesday , March 29 2023
Home / ବିଶେଷ / ଭୁବନରେ ଅଗ୍ନିବର୍ଷା

ଭୁବନରେ ଅଗ୍ନିବର୍ଷା

ଭୁବନ ୩୧/୦୩/୨୦୨୧(ଓଡ଼ିଶା ସମାଚାର)- ଗତ ୩ ଦିନ ହେଲା ଭୁବନ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଷ୍ଠିତ ହେଉଅଛି । ଲଗାତର ଭାବେ ତିନିଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗତକାଲି ୪୧ ଡିଗ୍ରୀ ଥିବା ବେଳେ ଆଜି ୪୨ ଡିଗ୍ରୀକୁ ବୃଦ୍ଧି ପାଇଥିଲା । ଫଳରେ ଦିନ ୧୧ ଘଟିକା ପରଠାରୁ ରାସ୍ତାଘାଟ ଶୁନଶାନ ହୋଇଯାଇଥିଲା । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ।  ଆହୁରି ୨ ଦିନ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭବ ହେବା ସକାଶେ ଢେଙ୍କାନାଳ ଜିଲ୍ଲା ସମେତ ୨୧ ଟି ଜିଲ୍ଲାକୁ ରାଜ୍ୟ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏଭଳି ସ୍ଥିତିରେ ଭୁବନ ଏନଏସିରେ ଜଳଛତ୍ର ଖୋଲାଯାଇନଥିବାରୁ ବାଟୋଇ ଓ ବସ କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ପିଇବା ପାଣି ପାଇଁ ନାହିଁ ନଥିବା ହିନସ୍ତା ହେଉଛନ୍ତି । ତା ସାଙ୍ଗକୁ ବିଦ୍ୟୁତ ବିଭାଗ ବିଲ୍ ଆଦାୟରେ ଜୁଲମ କରି ବିଦ୍ୟୁତ ବିଚ୍ଛିନ୍ନ କରିଦେଉଛି । ବିଶେଷ କରି ବିପିଏଲ ଶ୍ରେଣୀୟ ଲୋକଙ୍କର ଯାହାର ୧ ହଜାର ରୁ ୫/୧୦ ହଜାର ବକେୟା ରହିଛି ତୁରନ୍ତ ବିଲ୍ ପ୍ରଦାନ ନକଲେ ବିନା ନୋଟିସରେ ତତକ୍ଷଣାତ୍ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଉଥିବାରୁ ଗରିବ ଲୋକମାନେ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି । ବୃଦ୍ଧ,ବୃଦ୍ଧା,ରୋଗୀ,ମହିଳା ଓ ଶିଶୁମାନେ ବିନା ବିଦ୍ୟୁତରେ ତ୍ରାହିତ୍ରାହି ଡାକ ଛାଡୁଛନ୍ତି । ଗ୍ରୀଷ୍ମ ଋତୁରେ କୌଣସି ଲୋକଙ୍କର ବିଦ୍ୟୁତ ବିଚ୍ଛିନ୍ନ ନକରିବାକୁ ସରକାର ବିଧାନସଭାରେ ଘୋଷଣା କରିଥିବା ବେଳେ ଟାଟା ପାୱାର କମ୍ପାନୀ ଲୋକଙ୍କ ଉପରେ ଜୁଲମ କରି ବିଦ୍ୟୁତ ବିଚ୍ଛିନ୍ନ କରିଦେଉଛି ବୋଲି ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.