Saturday , June 3 2023
Breaking News
Home / ବିଶେଷ / ବିନା ନୋଟିସରେ ବିଦୁ୍ୟତ ସଂଯୋଗ ବିଛିନ୍ନ ଅଭିଯୋଗ

ବିନା ନୋଟିସରେ ବିଦୁ୍ୟତ ସଂଯୋଗ ବିଛିନ୍ନ ଅଭିଯୋଗ

କେନ୍ଦ୍ରାପଡା, ୩୧/୦୩/୨୦୨୧(ଓଡ଼ିଶା ସମାଚାର)- ବିନା ନୋଟିସରେ ଗୃହର ବିଦୁ୍ୟତ ସଂଯୋଗ ବିଛିନ୍ନ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।  କେନ୍ଦ୍ରାପଡା ଜିଲ୍ଲାର ଆଳି   ଥାନା ଅନ୍ତର୍ଗତ ବିଲିକଣା ଗ୍ରାମର ଭାଗବତ ମହାରଣାଙ୍କ ପତ୍ନୀ ସସ୍ମିତା ମହାରଣା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୨୦ତାରିଖ ଅପରାହ୍ନରେ ବିଦୁ୍ୟତ ବିଭାଗର କର୍ମଚାରୀମାନେ ତାଙ୍କ ଘରକୁ ଆସି ବିଦୁ୍ୟତ ବିଲ ମାଗିଥିଲେ । କିନ୍ତୁ ସେହି ସମୟରେ ଘରେ କେହିନଥିବାରୁ ପରେ ଆସିବାକୁ ସସ୍ମିତା ସେମାନଙ୍କୁ କହିବାରେ ବିଭାଗର ଲାଇନମ୍ୟାନ ସସ୍ମିତାଙ୍କ ବାସଗୃହର ବିଦୁ୍ୟତ କନେକସନକୁ ବିଛିନ୍ନ କରିଦେଇ ଚାଲିଯାଇଥିଲେ । ଫଳରେ ସେମାନେ ଗ୍ରୀଷ୍ମପ୍ରବାହ ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ବିନା ନୋଟିସରେ ବିଛିନ୍ନ କରାଯାଇଥିବା ତାଙ୍କ ବିଦୁ୍ୟତ କନେକସନକୁ ତୁରନ୍ତ ସଂଯୋଗ କରାଯିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.