Monday , March 27 2023
Breaking News
Home / ରାଜନୀତି / ପ୍ରତାପଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟକରି ଲଳିତଗିରି ପଞ୍ଚାୟତ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ

ପ୍ରତାପଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟକରି ଲଳିତଗିରି ପଞ୍ଚାୟତ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ

ମାହାଙ୍ଗା, ୩୧/୦୩/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ନବୀନ ପଟ୍ଟନାୟକଙ୍କ ସ୍ୱଛ ଓ ନିର୍ମଳ ଶାସନ ସାଧାରଣ ଲୋକଙ୍କୁ ଆକୃଷ୍ଟ କରିପାରିଛି । ସେ ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଲୋକଙ୍କ ବିଶ୍ୱାସ ବିଜେଡି ସରକାର ଉପରେ ରହିଛି । ଗ୍ରାମାଞ୍ଚଳର ବହୁବିଧ ବିକାଶ ବିଜେଡି ଶାସନରେ ଦେଖିବାକୁ ମିଳୁଛି । ମାହାଙ୍ଗାର ବିଧାୟକ ତଥା ଲୋକପ୍ରିୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିତ୍ୱ ଏବଂ କାର୍ୟ୍ୟଧାରାରେ ଅନୁପ୍ରାଣିତ ହୋଇ ଲଳିତଗିରି ପଞ୍ଚାୟତରୁ ବହୁ ବିଜେପି କର୍ମୀ ତଥା କାର୍ୟ୍ୟକର୍ତ୍ତା ବିଜୁ ଜନତା ଦଳରେ ଯୋଗଦେବା ଦେଖିବାକୁ ମିଳିଛି ।
ବୁଧବାର ସକାଳେ ଲଳିତଗିରି ପଞ୍ଚାୟତରୁ ସର୍ବଶ୍ରୀ ରାମଚନ୍ଦ୍ର ସିଂ, ଭାଗିରଥି ଜେନା, ଭାବଗ୍ରାହୀ ଜେନା, ରାଜକିଶୋର ଜେନା, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପ୍ରମୋଦ ସାମଲ, ପ୍ରଭାକର ସାହୁ, ଅକ୍ଷୟ କୁମାର ଜେନା, ରଞ୍ଜନ ସାମଲ, ସଂଗ୍ରାମ ସିଂ, ସୌମ୍ୟରଂଜନ ବାରିକ, ଏବଂ ରଞ୍ଜନ ବେହେରା ପ୍ରମୁଖ ବିଜେପି ଦଳରୁ ଇସ୍ତଫା ଦେଇ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ । ମନ୍ତ୍ରୀ ଶ୍ରୀ ଯୁକ୍ତ ଜେନାଙ୍କ ଉପସ୍ଥିତିରେ ଏହି ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା । ବିଜେପିରେ ରହି ଅଣନିଶ୍ୱାସୀ ହେବା ଓ ଏହି ଦଳରେ ଚାଲିଥିବା ଏକଛତ୍ରବାଦକୁ ଆଉ ବରଦାସ୍ତ କରିହେବନି ଏବଂ ମିଥ୍ୟା କୁତ୍ସା ରଟନା କରିବାପାଇଁ ବିଜେପି ନେତାଙ୍କ ଚାପ ଆଦୌ ଗ୍ରହଣୀୟ ନୁହେଁ ବୋଲି ନିଜ ପ୍ରତିକ୍ରିୟାରେ ଉପରୋକ୍ତ କର୍ମୀମାନେ କହିଥିଲେ ।
ଲଳିତଗିରି ପଞ୍ଚାୟତର ଟାଣୁଆ ନେତା ତଥା ବ୍ଲକ ବିଜେଡିର ପ୍ରାକ୍ତନ ସଭାପତି ରୁଦ୍ରନାରାୟଣ ସିଂ, ସରପଞ୍ଚ ସୁଜାତା ସିଂ, ପଞ୍ଚାୟତ ବିଜେଡି ସଭାପତି ବଳରାମ ବେହେରା, ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା,ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜୋନ ସଭାପତି ନିରଞ୍ଜନ ପ୍ରଧାନ, ପ୍ରମୁଖ ନବାଗତ କର୍ମୀମାନଙ୍କୁ ସ୍ୱାଗତ କରିବାସହ, ଲଳିତଗିରିରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.