ଗରଦପୁର, ୩୧/୦୩/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ସରକାରୀ ଉଚ ବିଦ୍ୟାଳୟ ପରିସରରେ ଗରଦପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ମେଳାର ସଂଯୋଜକ ମଳୟ କୁମାର ପାଣି ଏଥିରେ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ତଥା ବିଚାରକ ଭାବରେ ପୂର୍ବତନ ଜିଲା ବିଜ୍ଞାନ କମିଟି ସଂଯୋଜକ ନୀରଂଜନ ଜେନା ଓ ତୁଣପୁର ଉଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରବିନାରାୟଣ ସାହୁ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅନଲାଇନ୍ ବିଜ୍ଞାନ ମେଳାରେ ବ୍ଲକ୍ ର ସମସ୍ତ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରୀନା ବାଳା ମହାନ୍ତି , ସୁଶାନ୍ତ କୁମାର ବେହେରା ,ମାମୁନୀ ସାହୁ,ପ୍ରଦୀପ୍ତ କୁମାର ବେହେରା, ଦୀପକ କୁମାର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର