Monday , March 27 2023
Breaking News
Home / ଶିକ୍ଷା / କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଂଟନ

କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଂଟନ

କେନ୍ଦ୍ରାପଡା, ୩୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର  ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କଂସାର ପଂଚାୟତର ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା ମୁଖ୍ୟ ଅତିଥି, ସ୍କୁଲର ପ୍ରାକ୍ତନ ଶିକ୍ଷକ ବ୍ରହ୍ମାନନ୍ଦ ନାୟକ ଓ ସିଆରସିସି ପ୍ରଦୀପ ଖଟୁଆ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ  ୨୫୦ଜଣ ଛାତ୍ରଛାତ୍ରୀଙ୍କୁ କୋଭିଡ ଗାଇଡ୍ ଲାଇନ ଅନୁପାଳନ ପୂର୍ବକ ପୋଷାକ ବଂଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ  ଶିକ୍ଷକ ଦିଲ୍ଲୀପ କୁମାର ଦାସ, ରଞ୍ଜନ କୁମାର ଦାସ, ମନୋଜ କୁମାର ଦାସ, ବିଭୁପ୍ରସାଦ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ପ୍ରଧାନ, ଜ୍ଞାନ ରଞ୍ଜନ ରାଉତ, କିଶୋର ମହାନ୍ତି, ନିର୍ମଳ ଖଟୁଆ, ଶିକ୍ଷୟିତ୍ରୀ ଭକ୍ତିଲତା ମହାରଣା, ସରିତା ସାହାଣୀ, ରଶ୍ମୀତା ଦାସ, ପୁଷ୍ପଲତା ସ୍ୱାଇଁ, କୌଶଲ୍ୟା ନାୟକ, କଲ୍ୟାଣୀ ବେହେରା, ଜାନକୀ ଜେନା, ରେଣୁବାଳା ଭୋଳ, ମହେଶ୍ୱତା ବେହେରା, ପୂର୍ଣ୍ଣିମା ପ୍ରିୟଦର୍ଶନୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.