Monday , March 27 2023
Breaking News
Home / ବିଶେଷ / ପ୍ରଗତି  କଲେଜ କୁ ସିଲ କଲା ପ୍ରଶାସନ

ପ୍ରଗତି  କଲେଜ କୁ ସିଲ କଲା ପ୍ରଶାସନ

କଳାହାଣ୍ଡି ୨୯/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ କଳାହାଣ୍ଡି ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ବିସ୍ଫୋରଣ ଘଟିବା ପରେ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଭବାନୀପାଟଣାସ୍ଥିତ ପ୍ରଗତି କଲେଜ (ଘରୋଇ ) ରେ ୧୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ଥିବାବେଳେ ସେଥିମଧ୍ୟରୁ ବର୍ତମାନ ସୁଦ୍ଧା ୩୨ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ବର୍ତ୍ତମାନ ସଂପୃକ୍ତ କଲେଜକୁ ସିଲ କରିଦିଆଯାଇଛି ଓ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ଫଳରେ ବାହାର ଲୋକଙ୍କୁ କଲେଜ ପରିସରକୁ ଯିବାଆସିବା ନେଇ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.