Wednesday , March 29 2023
Home / କୃଷି / କୃଷକ କଲ୍ୟାଣ ପରିଷଦପକ୍ଷରୁ ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଦିଆଯିବ

କୃଷକ କଲ୍ୟାଣ ପରିଷଦପକ୍ଷରୁ ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଦିଆଯିବ

ଭୁବନେଶ୍ୱର, ୨୯/୦୩/୨୦୨୧(ଓଡ଼ିଶା ସମାଚାର)- କୃଷକ ଏବଂ କୃଷିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଥିବା କୃଷକ କଲ୍ୟାଣ ପରିଷଦଆଗାମୀ ପିପିଲି ବିଧାନସଭା ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଣେ କୃଷକ ପରିବାରର ଲୋକଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଇବ । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତ୍ୟେକ ପଂଚାୟତର ୱାର୍ଡ଼ମେ ́ର ଏବଂ ସରପଂଚ ମାନଙ୍କ ଜରିଆରେ ସଂଗୃହୀତ ହୋଇଥିବା ୬୦ ବର୍ଷରୁ ଊଦ୍ଧ୍ୱର୍ ପୁରୁଷ କିମ୍ବା ମହିଳାମାନଙ୍କୁ ମାସିକ ପାଂଚହଜାର ଟଙ୍କା ଲେଖାଏ ପେନସନ୍ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଅଛି । ବର୍ତମାନ ସୁଦ୍ଧା ୫୦ହଜାର ସଭ୍ୟ ସଂଗ୍ରହ ହୋଇଛି । ପ୍ରତିଗ୍ରାମରୁ ୧୦ଜଣ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଆତ୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଧେଶ୍ୟରେ ପ୍ରତ୍ୟେକଙ୍କୁ ଏକଲକ୍ଷରୁ ପାଂଚଲକ୍ଷ ପର୍ଯ୍ୟନ୍ତ ଅର୍ଥ ବ୍ୟାଙ୍କ ଜରିଆରେ ଉପଲବ୍ଧ ହେବା ସହ ସୁଧ ବାବଦରେ ଆବଶ୍ୟକ ହେଉଥିବା ଅର୍ଥ କୃଷକ କଲ୍ୟାଣ ପରିଷଦ ବହନ କରିବ ଏବଂ କୃଷି ଭିତିକ ବ୍ୟବସ୍ଥାରେ ପଂଚାୟତସ୍ତରରେ ସ୍ଥାପିତ ଗ୍ରେନ୍ ବ୍ୟାଙ୍କ ଜରିଆରେ କାର୍ଯ୍ୟକ୍ଷମ ହେବ ବୋଲି କୃଷକ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମ ପଂଚାୟତରେ ବିଧାୟକମାନଙ୍କ ସହଯୋଗରେ ଗ୍ରେନ୍୍ ବ୍ୟାଙ୍କ ପ୍ରତିଷ୍ଠା ହେବାକୁ ଯାଉଛି । ବର୍ତମାନ ସୁଦ୍ଧା ୮୦ଜଣ ବିଧାୟକ କୃଷକ କଲ୍ୟାଣ ପରିଷଦର କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସ୍ୱୀକୃତି ଦେଇଛନ୍ତି । ବିଧାୟକମାନଙ୍କ ଅଧ୍ୟକ୍ଷତାରେ ଗଠିତ ପରିଚାଳନା କମିଟିର ସୁପରିଚାଳନା ପାଇଁ ପ୍ରତି କମିଟିକୁ ୨୦ କୋଟି ଟଙ୍କା ଲେଖାଏଁ ବ୍ୟବସ୍ଥା କରାଯିବ ଏବଂ ଆଗାମୀ ଦିନରେ କୃଷି ଓ କୃଷକ ଉନ୍ନତିରେ ସହଯୋଗ କରୁଥିବା ନୂତନ ସରକାର ଗଠନରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.