Tuesday , March 21 2023
Breaking News
Home / ବିଶେଷ / ଉପକାର ଫାଉଣ୍ଡେସନ ପକ୍ଷରୁ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ

ଉପକାର ଫାଉଣ୍ଡେସନ ପକ୍ଷରୁ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ

ମାହାଙ୍ଗା ୨୯/୦୩/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଦୋବନ୍ଦୀଆ ଗାଁ’ରେ ଉପକାର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦୁଷ୍ମନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ବକ୍ତାଭାବେ ସାମ୍ବାଦିକ ଅଖିଳେଶ ମହାନ୍ତି ଯୋଗଦେଇ କଳା-ସାହିତ୍ୟ ଓ ସଂସ୍କୃତିର ପୀଠ ମାହାଙ୍ଗାର କିର୍ତ୍ତୀରାଜି ବିଶ୍ୱରେ ଅନନ୍ୟ ବୋଲି କହିଥିଲେ । ବିଶିଷ୍ଟ ଶିଳ୍ପୀ ନିରାକାର ମହାରଣାଙ୍କୁ ପୁଷ୍ପଗୁଛ,ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ତେବେ ରାଜ୍ୟ ଓ ରାଜ୍ୟ ବାହାରେ ନିଜ ମୂର୍ତ୍ତିକଳା ପାଇଁ ପ୍ରଶଂସିତ ଏହି ଯୁବ ଶିଳ୍ପୀ କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ପ୍ରଦାନକରି ମାନବିକତାର ପରିଚୟ ସୃଷ୍ଟି କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ କବି ନାରାୟଣ ମୁଦୁଲି, କବି ଡମ୍ବରୁଧର ପରିଡା,ଯୁବ ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ସରପଞ୍ଚ ସନ୍ଧ୍ୟା ମହାନ୍ତି, ଉପକାର ଫାଉଣ୍ଡେସନ ସଂପାଦକ ଶାରଦା ଦାସ, ଶିକ୍ଷାବିତ ତରୁଣ କୁମାର ମହାନ୍ତି,ପ୍ରକାଶ କାନୁନଗୋ,ସାମ୍ବାଦିକ ବିଜୟ ଯେନା,କବି ସୁଜାତା ମୁଦୁଲି ଯୋଗଦେଇଥିଲେ । ପ୍ରଭାତ ସଲିଳ ମହାନ୍ତି, ପ୍ରତାପ କୁମାର ରାଉତରାୟ, ସୁଶୀଲ ସାହୁ, ଉମେଶ ବାରିକ, ପରେଶ ପଣ୍ଡା, କେଶବ ମହାନ୍ତି, ହିମାଂଶୁ ଷଢଙ୍ଗୀ, ଶରତ ଯେନା, ବିରଜା ଦାସ, ରଞ୍ଜନ ବାରିକ,ଭବାନୀ ଶଙ୍କର ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନ ପକ୍ଷରୁ ଦୋବନ୍ଦୀଆ ଗ୍ରାମର ୪ ଜଣ ଗରୀବ ନାବାଳିକା ଝିଅଙ୍କୁ ସୁକନ୍ୟା ଯୋଜନାରେ ପାସବୁକ୍ ଯୋଗାଇ ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.