Saturday , April 1 2023
Breaking News
Home / ବିଶେଷ / ଘୁର୍ଣ୍ଣି ଝଡ଼ ରେ   ବ୍ୟାପକକ୍ଷତି;ଘର ଉପରେ  ଭାଙ୍ଗିପଡିଲା ଗଛ

ଘୁର୍ଣ୍ଣି ଝଡ଼ ରେ   ବ୍ୟାପକକ୍ଷତି;ଘର ଉପରେ  ଭାଙ୍ଗିପଡିଲା ଗଛ

ନିଶ୍ଚିନ୍ତକୋଇଲି ୨୮/୦୩/୨୦୨୧(ଓଡିଶାସମାଚାର /ଅଭୟ ଜେନା ) – ଶନିବାର ସନ୍ଧ୍ୟାରେ ଅଚାନକ କାଳ ବୈଶାଖୀ  ପ୍ରଭାବ ରେ ଘୁର୍ଣ୍ଣି ଝଡ ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି ।ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ବର୍ଷା ଓ କୁଆପଥର ମାଡ଼ ହୋଇଥିବା ଜଣାପଡିଛି। ବଡ ବଡ ଗଛର ଡାଳ ଭାଙ୍ଗିଯିବା ସହ ଚାଳ ଓ ଆଜବେଷ୍ଟସ ଉଡିଯାଇଥିବା ଜଣାପଡିଛି। ବିଦ୍ୟୁତ ସରବରାହ ବିଛିନ୍ନ ହେବା ସଙ୍ଗେ ସଙ୍ଗେ ଖୁଣ୍ଟ ଭାଙ୍ଗିବା ସହ  ତାର ଛିଣ୍ଡିପଡିଛି। କଳମିଶ୍ରି ଗ୍ରାମପଞ୍ଚାୟତ ଦାମୋଦରପୁର  ଗ୍ରାମର ପରୀକ୍ଷିତ ବେହେରା ଙ୍କ ବାସଗୃହ ଉପରେ ଏକ ବଡ ଚାକୁଣ୍ଡା ଗଛ ଭାଙ୍ଗିପଡିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିପଡିଛି । ପରିବାର ଲୋକେ ଅଳ୍ପକେ ରକ୍ଷାପାଇ ଯାଇଥିବା ଜଣାପଡିଛି। ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବିହେଉଛି। ଓଡିଶାସମାଚାର

Leave a Reply

Your email address will not be published.