ଭୁବନେଶ୍ୱର, ୨୮/୦୩/୨୦୨୧(ଓଡ଼ିଶା ସମାଚାର)- ରାଜଧାନୀରେ ଥିବା ଆଲେନ୍ କୋଚିଂ ଇନଷ୍ଟିଚ୍ୟୁଟ ରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଇନଷ୍ଟିଚ୍ରୁଟ କୁ ସିଲ କରାଯାଇଛି । ଆଲେନ୍ କୋଚିଂ ଇନଷ୍ଟିଚ୍ୟୁଟ ରେ ଅନଲାଇନ ରେ ଶିକ୍ଷା ଦିଆଯାଏ । କିନ୍ତୁ ହଷ୍ଟେଲ ର ଅନ୍ତେବାସୀମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଇନଷ୍ଟିଚ୍ୟୁଟ କୁ ସିଲ କରାଯାଇଛି । ସମସ୍ତ କର୍ମଚାରୀ ଓ ଶିକ୍ଷାନବିଶ ମାନଙ୍କ ର ପାୀକ୍ଷା କରାଯିବ । ଯେଉଁମାନଙ୍କର କରୋନା ଆକ୍ରାନ୍ତ ନେଇ ଚିହ୍ନଟ କରାଯିବ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ । ପରବର୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ ଏହି ଇନଷ୍ଟିଚ୍ୟୁଟ ବନ୍ଦ ରହିବ । ଓଡ଼ିଶା ସମାଚାର