Sunday , April 2 2023
Breaking News
Home / ବିଶେଷ / ୨୬ଟି ପଂଚାୟତର ନୂତନ ୭୩୭ ହିତାଧୀକାରୀଙ୍କୁ ୧୪ ଲକ୍ଷ ୨୨ ହଜାର ଟଙ୍କା ଭତା ବଂଟନ

୨୬ଟି ପଂଚାୟତର ନୂତନ ୭୩୭ ହିତାଧୀକାରୀଙ୍କୁ ୧୪ ଲକ୍ଷ ୨୨ ହଜାର ଟଙ୍କା ଭତା ବଂଟନ

ନିରାକାରପୁର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ନିରାକାରପୁର ଓ କମାଗୁରୁ ପଂଚାୟତ ସମେତ ୬ଟି କ୍ଲଷ୍ଟର ଜରିଆରେ ନୂଆ ହିତାଧୀକାରୀଙ୍କୁ ଭିନ୍ନକ୍ଷମ ଭତା, ବାର୍ଦ୍ଧକ୍ୟ ଭତା ଓ ବିଧବା ଭତା ପ୍ରଦାନ କରାଯାଇଛି । ପ୍ରତ୍ୟେକ କ୍ଲଷ୍ଟରରେ ୪/୫ ପଂଚାୟତର ହିତାଧୀକାରୀ ଉପସ୍ଥିତ ଥିଲେ । ପ୍ରତ୍ୟେକ କ୍ଲଷ୍ଟର ଦାୟିତ୍ୱରେ ଜଣେ ଜଣେ କନିଷ୍ଠ ଯନ୍ତ୍ରୀ ଥିଲେ । ନିରାକାରପୁର କ୍ଲଷ୍ଟର ଅଧୀନରେ ବଡ଼ପୋଖରୀଆ, ନିରାକାରପୁର, ଡ଼ିଆ, ରାମେଶ୍ୱର ଓ ଲେଣ୍ଡୁ ପଂଚାୟତ ଥିବାବେଳେ ନିରାକାରପୁର ପଂଚାୟତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଭାବେ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ଟାଙ୍ଗୀ ବ୍ଲକ ବିଡ଼ିଓ ଅକ୍ଷୟ କୁମାର ରାଉତ,ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନା, ଉପାଧକ୍ଷ୍ୟା ତୃପି ଆଚାର୍ଯ୍ୟ ,ନିରାକାରପୁର ସରପଂଚ ହୃଷିକେଶ ରାଉରାୟ, ରାମେଶ୍ୱର ପଂଚାୟତ ସରପଂଚ ପ୍ରମୋଦ କୁମାର ତ୍ରିପାଠୀ, ଲେଣ୍ଡୁ ସରପଂଚ ପବିତ୍ର କୁମାର ଦାଶ,ଯୁବନେତା ରଞ୍ଜିତ ଜଗଦ୍ଧେବ ପ୍ରମୁଖ ଉପସ୍ଥିତ ରହିଥିଲେ । ସଭାକୁ ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ଏକଜିକ୍ୟୁଟିଭ ଅଫିସର ଦାଶରଥୀ ପ୍ରତିହାରୀ, ଜିଆରଏସ ସ୍ୱାଗତିକା ପାହାଡ଼ାସିଂହ, ଜିଆରଏସ ସୁବାଷ ଚନ୍ଦ୍ର ଚମ୍ପତି , ଜିଆରଏସ ଗୋପାଳ ଚରଣ ବେହେରା, ଜିଆରଏସ ପ୍ରଭାସ କୁମାର ଓଝା ସହଯୋଗ କରିଥିଲେ । ସେହିପରି ବ୍ଲକର କମାଗୁରୁ, ନୂଆଗଡ଼, କନ୍ତଳବାଇ, ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ଓ କୁହୁଡ଼ିରେ ଅନ୍ୟ କ୍ଲଷ୍ଟରଗୁଡ଼ିକରେ ମଧ୍ୟ ବିଧାୟକ, ବ୍ଲକ ଅଧ୍ୟକ୍ଷ ନୂତନ ଭତା ପ୍ରଦାନ କରିଥିଲେ । ଅଚ୍ୟୁତପୁରର ୨୩ଜଣ,ବଡ଼ପାରୀ ୩୨ ଜଣ, ବଡ଼ପୋଖରୀଆ ୩୨ ଜଣ, ବାଲିପାଟପୁର୧୭ ଜଣ, ଭୁଷଣ୍ଡପୁର ୨୭ ଜଣ, ଛଣଗିରି ୪୦ ଜଣ, ଡ଼ିଆ ୨୫ ଜଣ, କମାଗୁରୁ ୯ ଜଣ, କନ୍ତଳବାଇ ୪୩ ଜଣ,କୁହୁଡ଼ି ୫୦, କୁଞ୍ଜୁରୀ ୩୧, ଲେଣ୍ଡୁ ୪୦, ମଙ୍ଗଳାଯୋଡ଼ି ୨୯, ନିରାକାରପୁର, ୩୦, ନୂଆଗଡ଼ ୨୭, ଓଳସିଂହ ୨୪, ପାରିଓରଡ଼ ୪୧, ରାମଚନ୍ଦ୍ରପୁର ୨୩, ରାମେଶ୍ୱର ୨୫, ରତନପୁର ୧୬,ସାନରାଉତପଡ଼ା ୧୬, ସରପାରୀ ୧୩, ସୁନ୍ଦରପୁର ୩୨, ଟାଙ୍ଗୀ ୨୯,ଟାେଙ୍କାଳ ୧୪,ଉଜ୍ଜ୍ୱଳାଗୋପିନାଥପୁର ୩୮ଜଣଙ୍କୁ ନୂତନ ଭତା ଅତିଥିମାନଙ୍କ ଦ୍ୱାରା ବଂଟନ କରାଯାଇଥିଲା । ସମୁଦାୟ ୭୩୭ ଜଣ ନୂତନ ହିତାଧୀକାରୀଙ୍କୁ ୧୪ ଲକ୍ଷ ୨୨ ହଜାର ଟଙ୍କା ଭତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ବିଭିନ୍ନ କ୍ଲଷ୍ଟର ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅଶୋକ କୁମାର ନନ୍ଦ , ଅଶୋକ କୁମାର ମିଶ୍ର, ପ୍ରିୟଙ୍କା ପାତ୍ର, ସଂଘମିତ୍ରା ପଟ୍ଟନାୟକ, ବିନୋଦ କୁମାର ମହାପାତ୍ର, ଓ ରମାକାନ୍ତ ବେହେରା କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧୀକାରୀ ଲଲାଟେନ୍ଦୁ ମହାନ୍ତି ଓ ପ୍ରୋଗ୍ରାମ ସହାୟକ ଉମେଶ ଚନ୍ଦ୍ର ମହାପାତ୍ର ସହାୟତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.