Monday , March 27 2023
Breaking News
Home / ବିଶେଷ / ମାହାଙ୍ଗା ନଈଗୁଆଁ ରୁ ଝୁଲନ୍ତା ଶବ ଉଦ୍ଧାର,ତଦନ୍ତ କରୁଛି ପୋଲିସ

ମାହାଙ୍ଗା ନଈଗୁଆଁ ରୁ ଝୁଲନ୍ତା ଶବ ଉଦ୍ଧାର,ତଦନ୍ତ କରୁଛି ପୋଲିସ

ମାହାଙ୍ଗା ୨୭/୦୩/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )ମାହାଙ୍ଗା ଥାନା ନଈଗୁଆଁ ଗାଁରୁ ଜନୈକା ନାବାଳିକା ନିଖୋଜ ହୋଇଯିବା ନେଇ ଭଦ୍ରେଶ୍ୱର ଫାଣ୍ଡିରେ ଅଭିଯୋଗ ହୋଇଥିଲା । ନିଖୋଜ ନାବାଳିକାର ବାପା ଅଶୋକ ନାୟକ ଝିଅକୁ ଉଦ୍ଧାର ପାଇଁ ଆଇନୀର ଦ୍ୱାରସ୍ଥ ହୋଇଥିବା ବେଳେ,ନିଖୋଜ ଝିଅର ଏକ ଫୋନ କଲକୁ ଆଧାର କରି ଫାଣ୍ଡି ପୋଲିସ ସେହି ଗାଁର କଳାକାର ସାହୁଙ୍କ ନାବାଳିକା ଝିଅ ପାଖରେ ପହଂଚି ଥିଲା । ପୋଲିସ ଉଭୟ ବାପ ଝିଅଙ୍କୁ ପଚରା ଉଚରା ସହ ଅଧିକ ତଦନ୍ତ ପାଇଁ କେନ୍ଦ୍ରାପଡ଼ା ନେଇଥିଲା । ନିଖୋଜ ନାବାଳିକାକୁ ଠାବ କରିବା ପାଇଁ କଳାକାର ସାହୁ ଜଣେ ଯୁବକର ଘର ଦେଖାଇ ଫେରିଆସିଥିଲା ଓ ପୋଲିସ କଳାକାରଙ୍କୁ ଛାଡିଦେଇଥିଲା ।
ତେବେ ଘରକୁ ଫେରିବା ପରେ କେଉଁ କାରଣରୁ କଳାକାର ଏକ ଗଛରେ ରଶି ବାନ୍ଧି ଆତ୍ମହତ୍ୟା କଲେ ତା’କୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ନିଖୋଜ ନାବାଳିକା ଜଣକ ଗତ କାଲି ରାତିରେ ଘରକୁ ଫେରିଆସିବା ସୂଚନା ମିଳିଛି । ତେବେ ନିଖୋଜ ନାବାଳିକା କେଉଁ ପରିସ୍ଥିତିରେ ଘର ଛାଡିଥିଲା ଏବଂ ଏତେ ଦିନ ଧରି ସେ କେଉଁଠି ଥିଲା, ସେ ନେଇ ତଦନ୍ତ ହେଉବୋଲି ଚର୍ଚ୍ଚା ଯୋର ଧରିଛି । ସଠିକ ତଦନ୍ତ ହେଲେ କଳାକାର ସାହୁଙ୍କ ଆତ୍ମହତ୍ୟା ଓ ନାବାଳିକା ନିଖୋଜ ଘଟଣା ଉପରୁ ପରଦା ହଟିବ ବୋଲି ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.