Thursday , March 23 2023
Home / ବିଶେଷ /    ଭୁବନରେ  ଭାରତ ବନ୍ଦ ପ୍ରଭାବଶୂନ୍ୟ, ସବୁକିଛି ସ୍ୱାଭାବିକ

   ଭୁବନରେ  ଭାରତ ବନ୍ଦ ପ୍ରଭାବଶୂନ୍ୟ, ସବୁକିଛି ସ୍ୱାଭାବିକ

  ଭୁବନ,୨୭/୦୩/୨୦୨୧(ଓଡ଼ିଶା ସମାଚାର)- ବିବାଦୀୟ କୃଷି ବିଲ୍ ପ୍ରତ୍ୟାହାର ଓ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ ସର୍ବଭାରତୀୟ କୃଷକ ସଙ୍ଗଠନ ଓ କଂଗ୍ରେସ ଦଳ ତରଫରୁ ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ ଭୁବନରେ ସଂପୂର୍ଣ୍ଣ ବିଫଳ ଓ ପ୍ରଭାବଶୂନ୍ୟ ହୋଇଥିଲା । କେବଳ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିଲା ବେଳେ ଦୋକାନ ବଜାର ସରକାରୀ ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ସବୁ ଖୋଲା ରହିଥିଲା । ଭାରତ ବନ୍ଦ କୁ ଆଖି ଆଗରେ ରଖି ସରକାର ସ୍କୁଲ କଲେଜ ବନ୍ଦ ରହିବ ବୋଲି ଘୋଷଣା କରିଥିବାରୁ ବିଦ୍ୟାଳୟ ,ମହାବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ଭୁବନରେ ୨/୩ ଟି କୃଷକ ସଙ୍ଗଠନ ଥିବା ବେଳେ କୌଣସି ଜଣକୁ ମଧ୍ୟ ଦେଖିବାକୁ ମିଳିନଥିଲା । ଅନୁରୂପଭାବେ କଂଗ୍ରେସ ନେତା,କର୍ମୀ ଙ୍କର ମଧ୍ୟ ଦେଖା ମିଳିନଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.