Saturday , May 21 2022
Breaking News
Home / ବିଶେଷ / ବେଲଘର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବେଲଘର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବାଲିଗୁଡା, ୨୭/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ବେଲଘର ବନାଞ୍ଚଳର ଗୁମା ବିଭାଗ  ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ ପ୍ରକାରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଫରେଷ୍ଟରଙ୍କ ସମେତ ବନକର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କୁ ସାଥିରେ ନେଇ ଘଟଣାସ୍ଥଳରେ ପହଁଚି ମୃତ ବଳଦର ଶବ ବ୍ୟବଚ୍ଛେଦ କରିବାସହ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବାରୁ ଅଞ୍ଚଳବାସୀଙ୍କୁ ଜଙ୍ଗଲକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ବନ କର୍ମଚାରୀଙ୍କ ପକ୍ଷରୁ ସେହି ଅଞ୍ଚଳରେ ପାଟ୍ରୋଲିଂ  ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ବଳଦର ମାଲିକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡିଶା ସମାଚାର

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *