Saturday , April 1 2023
Breaking News
Home / ବିଶେଷ / ବିଳାସିନୀ ପୃଷ୍ଟି ଙ୍କୁ ରାଜ୍ୟସ୍ତରୀୟ କବିତା ସମ୍ମାନ ଓ ସାରସ୍ୱତ ସମ୍ବର୍ଦ୍ଧନା

ବିଳାସିନୀ ପୃଷ୍ଟି ଙ୍କୁ ରାଜ୍ୟସ୍ତରୀୟ କବିତା ସମ୍ମାନ ଓ ସାରସ୍ୱତ ସମ୍ବର୍ଦ୍ଧନା

ଭୁବନ,୨୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନର ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ବିଳାସିନୀ ପୃଷ୍ଟି ଙ୍କୁ ରାଜ୍ୟସ୍ତରୀୟ କବିତା ସମ୍ମାନ -୨୦୨୧ ଓ ସାରସ୍ୱତ ସମ୍ବର୍ଦ୍ଧନା ଦିଆଯାଇଛି ।  କଟକ ସହିଦ୍ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତିଏକାଡେମୀ ଓ ଅଗ୍ନିସ୍ଫୁଲିଙ୍ଗ ତରଫରୁ ରାଜ୍ୟସ୍ତରୀୟ କବି,ଲେଖକ,କଳାକାର ସମାବେଶକବିତା ପାଠୋତ୍ସବ,ସଙ୍କଳନ ଉନ୍ମୋଚନ ଏବଂ ସାରସ୍ୱତ ସମ୍ବର୍ଦ୍ଧନା ୨୦୨୧ ଅବସରରେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ଡଃ ପ୍ରସନ୍ନ ପାଟ୍ଟସାଣୀ ମୁଖ୍ୟଅତିଥି ଭାବେ ଯୋଗଦେଇ  କବୟିତ୍ରୀ ଶ୍ରୀମତୀ ବିଳାସିନୀ ପୃଷ୍ଟି ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଓ ପ୍ରଶଂସାପତ୍ର ପ୍ରଦାନ କରି  ସମ୍ମାନୀତ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଆର୍ଯ୍ୟକବି ପଣ୍ଡିତ ଡଃ ପ୍ରମୋଦ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ପ୍ରତିଷ୍ଠାତା ଶ୍ରୀଚନ୍ଦନ ମହାପାତ୍ର,ଅଗ୍ନିସ୍ଫୁଲିଙ୍ଗ ସଂପାଦକ ସୁଦର୍ଶନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଭୁବନର କବି,ଲେଖକ,ସାହିତ୍ୟିକ ମାନଙ୍କ ତରଫରୁ ଶ୍ରୀମତୀ ପୃଷ୍ଟି ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.