Saturday , May 28 2022
Breaking News
Home / ବିଶେଷ / ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ କନ୍ଦରପୁର ଥାନାରେ ଉତ୍କଳ ବିକାଶ ପରିଷଦର ଦାବିପତ୍ର

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ କନ୍ଦରପୁର ଥାନାରେ ଉତ୍କଳ ବିକାଶ ପରିଷଦର ଦାବିପତ୍ର

ସାଧାରଣ ଜନତାଙ୍କୁ ନ୍ୟାୟ ଦାବିିରେ ଆମେ ପ୍ରତିଶ୍ରୁତିବଦ୍ଧ : ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- କଟକ ସଦର କନ୍ଦରପୁର ଥାନା ଉପକଣ୍ଠ ନିମେଇଶାପୁର ଗ୍ରାମର ଦିବ୍ୟାଙ୍ଗ ନାବାଳିକାକୁ ସେହିଗ୍ରାମର ଅସାମାଜିକ ବ୍ୟକ୍ତି ବିଶେଷ ଦୁଷ୍କର୍ମ କରିବା ପ୍ରତିବାଦ ତଥା ଏହି ନିନ୍ଦନୀୟ କାର୍ୟ୍ୟକୁ ଦୃଢ ବିରୋଧ କରି ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) କନ୍ଦରପୁର ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିବାସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବା,ଉପଯୁକ୍ତ ଭରଣପୋଷପ ବାବଦରେ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ, ସରକାରଙ୍କ ପକ୍ଷରୁ ଆଇନିସେଵା ଯୋଗାଇ ଦେବାକୁ ପୋଲିସ କମିଶନର-ଭୁବନେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଦରପୁର ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ପରିଷଦର କାର୍ୟ୍ୟକର୍ତା ବର୍ଗ ସୁରେଶ ଜେନା,ନିରଞ୍ଜନ ରାଉଳ, ସନ୍ତୋଷ ଭୋଇ,ଦେବୀ ପ୍ରସାଦ ପତି, ସିଦ୍ଧାନ୍ତ ଭୋଇ,ଅନିଲ ମହାପାତ୍ର,ସଂଜୟ ସେଠୀ,ରବୀନ୍ଦ୍ର ପାତ୍ର,ସଂଜୟ ସାହୁ,ଲଷ୍ମୀଧର ଜେନା,ବିନୋଦ ଦାଶ,ଅକ୍ଷୟ ଦାଶ,ବଳରାମ ନାୟକ,ବିଶ୍ୱରଂଜନ ଦାଶ,ପ୍ରମୋଦ ସେଠୀ, ମୁନା ପ୍ରଧାନ ପ୍ରମୁଖ ପିଡୀତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଏହି ଅମାନୁଷିକ କର୍ୟ୍ୟକୁ ନିନ୍ଦା କରିବାସହ ପ୍ରଶାସନ ଏହିଦିଗରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ ଆସାମୀକୁ କନ୍ଦରପୁର ଥାନା ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫକରି କୋଟଚାଲାଣ କରିଛି । ଓଡ଼ିଶା ସମାଚାର

About admin

Check Also

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ

କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …

Leave a Reply

Your email address will not be published. Required fields are marked *