ଭୁବନେଶ୍ୱର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଖବର ଆସିଛି । ସୁନ୍ଦରଗଡ଼ ଜିଲାରେ ଜଣେ ୮୬ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତ ଥିବା ସହ ତାଙ୍କର ଅନ୍ୟ ସ୍ଥାସ୍ଥ୍ୟଗତ ସମସ୍ୟା ଥିଲା । ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୦ରେ ପହଂଚିଛି । ଏହାଛଡ଼ା ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିଲେ । ଓଡ଼ିଶା ସମାଚାର