Saturday , April 1 2023
Breaking News
Home / ତାଜା ଖବର / ଗରଦପୁର ଓ ରଘୁନାଥପୁର ଅଂଚଳରେ କାଳ ବୈଶାଖି

ଗରଦପୁର ଓ ରଘୁନାଥପୁର ଅଂଚଳରେ କାଳ ବୈଶାଖି

ଗରଦପୁର/ରଘୁନାଥପୁର,୨୭/୦୩/୨୦୨୧(ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟା ବେଳେ ହଠାତ୍ କାଳ ବୈଶାଖି ମାଡ଼ି ଆସିଲା । ଗରଦପୁର ଅଂଚଳର ରାସ୍ତା ଘାଟରେ ଗଛ ଡ଼ାଳ ସବୁ ଭାଙ୍ଗିପଡ଼ି ରାସ୍ତା ଘାଟସବୁ ବନ୍ଦ ହୋଇଯାଇଛି । ଅନେକ କୁଡ଼ିଆ ଘର ଭାଙ୍ଗିପଡ଼ିଛି । ତେବେ ରାସ୍ତା ରୁ ଗଛ ଓ ଡ଼ାଳ କାଟି ଗାଡ଼ି ମୋଟର ଚଳାଚଳ କଲାଣି । ବର୍ଷା ମଧ୍ୟ ହୋଇଛି । କାଳ ବୈଶାଖି ଯୋଗୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି ।
ସେହିପରି ରଘୁନାଥପୁର ଅଂଚଳରେ କାଳ ବୈଶାଖି ଯୋଗୁ ରାସ୍ତା ଘାଟରେ ଗଛ ଡ଼ାଳ ଭାଙ୍ଗି ପଡ଼ିବା ଫଳରେ ରାସ୍ତାରେ ଯାତାୟତ ରେ ବାଧା ଉପୁଜିଛି । ରାସ୍ତା କଡ଼ରେ ଥିବା ଅନେକ ଛୋଟ ଛୋଟ କୁଡ଼ିଆ ଘରେ ହୋଇଥିବା ଦୋକାନ ଘର ଭାଙ୍ଗିଯାଇଛି । ଉତରକୂଳ ଠାରେ ଯାତ୍ରା ପାର୍ଟିର ତମ୍ବୁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ବର୍ଷା ହେବା ଫଳରେ ଉତାପ ସାମାନ୍ୟ ହ୍ରାସ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.