କେନ୍ଦ୍ରାପଡା, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଦେଶବ୍ୟାପି ବନ୍ଦ ପାଳନ ଅବସରରେ କେନ୍ଦ୍ରାପଡାରେ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି । ସକାଳ ୬ ଟାରୁ ଜିଲ୍ଲାର ଯାତାୟତର କେନ୍ଦ୍ରସ୍ଥଳୀ ତିନିମୁହାଣୀ ଠାରେ ଅନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ଗାଡିମଟର ବନ୍ଦ କରିବା ସହିତ ବିଭିନ୍ନ ନାରାବାଜି ଦେଇଥିଲେ । ପରେ ଏ.ଆଇ.ସି.ସି. ସଭ୍ୟ ହଳଧର ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସହରର ସମସ୍ତ ସରକାରୀ ଦପ୍ତର, ବୀମା, ବ୍ୟାଙ୍କ, ପୋଷ୍ଟ ଅଫିସ ସମେତ ଅନ୍ୟାନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନକୁ ବନ୍ଦ କରିଥିଲେ । ଫଳରେ ଜୀବନଯାତ୍ରା ଠପ୍ ହୋଇଯାଇଥିଲା । ପ୍ରକାଶ ଥାଉକି, ଦିଲ୍ଲୀ ଚଲୋ ଆନ୍ଦୋଳନ ଆଜି ୧୨୧ ଦିନରେ ପହଁଚି ଥିଲେ ମଧ୍ୟ କେନ୍ଦ୍ରରେ ମୋଦୀ ସରକାର ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର ନକରିବା ଦେଶବାସୀଙ୍କ ପ୍ରତି ଚରମ ବିଶ୍ୱାସଘାତକତା । କଂଟ୍ରାକ୍ଟ ଫାର୍ମିଂ ନାମରେ ପ୍ରକୃତି ଦ ଅମୂଲ୍ୟ ଜମି ଏବଂ ଚାଷ ଉପରେ ଚାଷୀର ଅଧିକାର କୁ କ୍ଷୁର୍ଣ୍ଣ କରିବା ଆଇନକୁ ରଦ୍ଧ କରିବା, କୃଷି ବିପଣନ ଆଇନ ନାମରେ ସରକାରୀ ମଣ୍ଡି ବ୍ୟବସ୍ଥାକୁ ଅକାମୀ କରି ଘରୋଇମଣ୍ଡି ବ୍ୟବସ୍ଥାକୁ ପ୍ରଚଳନ କରିବା, ଆଇନକୁ କର୍ପୋରେଟ୍ ହାଉସକୁ ଟେକିଦେବା ଆଇନକୁ ରଦ୍ଧ କରିବା ପ୍ରଭୃତି ଦାବି ସହିତ ଏମ୍ ଏସ୍ ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଆଧାରରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ଆଇନ କରିବା, ଚାଷକୁ ସୁରକ୍ଷା ଦେବା ପାଇଁ ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ କରିବା ଏବଂ ଆଦାବାସୀ ଓ ପାରମ୍ପାରିକ ଜଙ୍ଗଲବାସୀଙ୍କ ଦ୍ୱାରା ସଂଗୃହୀତ ଲଘୁ ବନ୍ୟଜାତ ଦ୍ରବ୍ୟର ଏମ୍ ଏସ୍ ପି ନିମନ୍ତେ ଆଇନ ପ୍ରଣୟନ କରିବା ପ୍ରଭୃତି ଦାବିରେ ଆହୁତ ଆଜିର ଭାରତ ବନ୍ଦକୁ ସମସ୍ତ ବିରୋଧୀ ଦଳ, କୃଷକ ସଂଗଠନ, ଶ୍ରମିକ ସଂଗଠନ ସମର୍ଥନ କରି ସାମିଲ ହୋଇଥିଲେ । ଏହି ଭାରତ ବନ୍ଦରେ ତିନିମୁହାଣୀ ଠାରେ ପଥପ୍ରାନ୍ତ ସଭାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଜିଲ୍ଲା ଅବାହକ ଗୟାଧର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ସିପିଆଇ(ଏମ)ର ଜିଲ୍ଲା ନେତା ତଥା ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆଇଏନଟିୟୁସିର ଜିଲ୍ଲା ସଭାପତି ମୁକ୍ତାର ଖାଁ, ସିପିଆଇଏମଏଲର ଜିଲ୍ଲା ନେତା ପ୍ରକାଶ ମଲିକ, ଏଆଇକେଏସ ଜିଲ୍ଲା ନେତା ଆଦିକନ୍ଦ ରାଉଳ, ଜିଲ୍ଲା ବିକାଶ ସାମୁଖ୍ୟର ସଂପାଦକ ଅଜୟ ସାମଲ, ଏସୟୁସିଆଇର ଜିଲ୍ଲା ସଂପାଦିକା ଏଲିନା ସାମନ୍ତରାୟ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ଆବାହକ ଦାଶରଥୀ ସାହୁ, ବରିଷ୍ଠ କୃଷକ ନେତା ମାଧବ ଦାସ, ବିଜୟ ଦାସ, ନିଖିଳ ଉତ୍କଳ ଚାଷୀ ମୁଲିଆ ସଂଘର ସଭାପତି ଫକିର ଚରଣ ଖଟୁଆ, ମହେନ୍ଦ୍ର କୁମାର ପରିଡା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ରାଉତ, ବସନ୍ତ ସେଠୀ, ବିଦୂ ଭୂଷଣ ମହାପାତ୍ର, ଦଳିତ ନେତା ସର୍ବେଶ୍ୱର ସେଠୀ, ନଗେନ୍ଦ୍ର ଜେନା ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାର ର କୃଷକ ମାରଣ ନୀତି ବିରୋଧରେ ତୀବ୍ର ସମାଲୋଚନା କରିଥିଲେ । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ରତ୍ନଞ୍ଜୟ ମଲିକ, ଗୁଣମଣି ବେହେରା, ଅସିତ୍ ମିର୍ଦ୍ଧା, ରମେଶ ମଲିକ, ଚିତ୍ରସେନ ପରିଡା, ସୈାମେନ୍ଦ୍ର ପୃଷ୍ଟି, ମିର୍ ମୁରସିଦ୍, କମଳାକାନ୍ତ ନାୟକ, ସତ୍ୟ ପ୍ରକାଶ ଦାସ, ରାଜେଶ ମହାନ୍ତି, ଜସମିନ୍ ପରୱିନ୍, ସୁହାନା ବେଗମ, ଗୋବିନ୍ଦ ସେଠୀ, ହାରାମଣୀ ରାଉତ, ଦୋଳ ଗୋବିନ୍ଦ ସାହୁ, କୈଳାସ ମଲିକ, ଶ୍ରୀକାନ୍ତ ଲେଙ୍କା, ଦିବାକର ସାହୁ, ଜୟନ୍ତି ଜେନା, ପ୍ରମୋଦ ମହାପାତ୍ର, ଅଶୋକ ଲେଙ୍କା, ପ୍ରକାଶ ପରିଜା, ନୃସିଂହ ପରିଜା ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର